ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଲାଗିବା ଘଟଣା,୩୬ ଘଣ୍ଟାପରେ ଲିଭିଲା ନିଆଁ,ସୂଚନା ଦେଲେ ଅଗ୍ନିଶମ କର୍ମଚାରୀ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ୮ ତାରିଖ ସାନ୍ଧ୍ୟ ୮ ଟା ସମୟରେ ସର୍ଟସକ୍ରିଟ କାରଣରୁ ନିଆଁ ଲାଗିଯାଇଥିଲା।ଆଜି ୩୬ ଘଣ୍ଟା ପରେ ନିଆଁ ଲିଭିଛି।ନିଆଁ ଲିଭିଛି ସତ କିନ୍ତୁ ପୋଡି ନଷ୍ଟ ହୋଇଯାଇଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବ୍ୟବସାୟ ସାମଗ୍ରୀ।ନିଜର ଜୀବନ ଜୀବିକା ଉଜୁଡି ଯାଇଥିବା ସେଠାରେ ଦୋକାନ କରିଥିବା ବ୍ୟବସାୟୀ କହିଛନ୍ତି।ସମ୍ରାଟ୍ ମାର୍କେଟ୍ କମ୍ପେ୍ଲକ୍ସ ନିଆଁ ଉଜାଡି ଦେଲା ବ୍ୟବସାୟ । ଲକ୍ଷ ଲକ୍ଷ ଟଙ୍କା ଖଟାଇ ବ୍ୟବସାୟ କରୁଥିବା ବ୍ୟବସାୟୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନିଜ ଦୋକାନର ସ୍ଥିତି ଦେଖି କୋହ ସମ୍ଭାଳି ପାରୁନାହାନ୍ତି । ମାର୍କେଟ୍ କମ୍ପେ୍ଲକ୍ସରେ ବିୟୁଟି ପାର୍ଲର କରୁଥିଲେ ପୁରୀ ଅଂଚଳର ପୂର୍ଣ୍ଣିମା ମହାନ୍ତି ।ନିଆଁ ଲିଭିବା ପରେ ଆଜି ସକାଳେ ଆସି ପହଂଚିଥିଲେ ମାର୍କେଟ୍ କମ୍ପେ୍ଲକ୍ସରେ । ନିଜ ଦୋକାନର ଅବସ୍ଥା ଦେଖି ଚେତା ହରାଇଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ ମେଡିକାଲ ନିଆଁଯାଇଛଇ । ମାର୍କେଟ୍ କମ୍ପେ୍ଲକ୍ସରେ ରହିଛି ପୂର୍ଣ୍ଣିମାଙ୍କ ସ୍ନିଗ୍ଧା ବିୟୁଟି ପାର୍ଲର । ୪୦ ଲକ୍ଷ ଟଙ୍କା ଋଣ କରି ସେ ବ୍ୟବସାୟ କରୁଥିବା କହିଛନ୍ତି । ଏବେ ନିଆଁ ସବୁ ଉଜାଡି ଦେବା ପରେ କ’ଣ କରିବେ ସେନେଇ ସେ ଚିନ୍ତାରେ ଅଛନ୍ତି ।ଆୟତକୁ ଆସିଲା ପୁରୀ ସମ୍ରାଟ୍ ମାର୍କେଟ୍ କମ୍ପେ୍ଲକ୍ସ ନିଆଁ । ୩୬ ଘଣ୍ଟା କସରତ ପରେ ନିଆଁକୁ ଆୟତ କରିଛନ୍ତି ଅଗ୍ନିଶମ କର୍ମଚାରୀ । ଅପରେସନ୍ ଶେଷ ହେବା ପରେ ମିଶନ ସକ୍ସେସ୍ ହୋଇଥିବା କହିଛନ୍ତି ଅଗ୍ନିଶମ କର୍ମଚାରୀ । ବୁଧବାର ରାତି ୮ଟାରେ ମାର୍କେଟ୍ କମ୍ପେ୍ଲସରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ୍ରୁ ଲାଗିଥିବା ନିଆଁ ମାର୍କେଟ୍ କମ୍ପେ୍ଲକ୍ସର ଗୋଟିଏରୁ ଆଉ ଗୋଟିଏ ଦୋନାକୁ ବ୍ୟାପିଥିଲା । ଦୋକାନର ସଟର ପଡ଼ିଥିବାରୁ ନିଆଁକୁ ଆୟତ କରିବାରେ ଅସୁବିଧା ହୋଇଥିଲା । ମାର୍କେଟ୍ କମ୍ପେ୍ଲକ୍ସରେ ଜୋତା, ଡ୍ରେସ୍ ଆଦି ଦୋକାନ ରହିଥିବାରୁ ନିଆଁ ବ୍ୟାପିଥିଲା । ଅଗ୍ନିଶମ କର୍ମଚାରୀ ମାର୍କେଟ୍ କମ୍ପେ୍ଲକ୍ସ ପଛପଟେ କାନ୍ଥ ଓ ସ୍କାଏଲାଇଟ୍ ଭାଙ୍ଗି ଧୂଆ ବାହାର କରିବାକୁ ଉଦ୍ୟମ କରିଥିଲେ । ଦୀର୍ଘ ସମୟ ପରେ ନିଆଁ ଆୟତକୁ ଆସିବା ପରେ ମାର୍କେଟ୍ କମ୍ପେ୍ଲକ୍ସର ଗେଷ୍ଟ ହାଉସ୍ରେ ରହୁଥିବା ପର୍ଯ୍ୟଟକ ସେମାନଙ୍କ ସାମଗ୍ରୀ ବାହାର କରିଥିଲେ । ଗତକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।ମନ୍ତ୍ରୀ କହିଥିଲେ ଯେ ନିଆଁ ଲିଭିବା ପରେ କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯିବ।

You May Also Like

More From Author

+ There are no comments

Add yours