ବିଦେଶୀ ଉପଗ୍ରହ ଉତକ୍ଷେପଣ କରି ଭାରତ ଲାଭବାନ

ଦିନକୁ ଦିନ ନୂତନ ଜ୍ଞାନ କୌଶଳରେ ଆଗକୁ ବଢୁଛି ଭାରତ। ଆଉ ମହାକାଶ ଗବେଷଣାରେ ବି ଶୀର୍ଷ ଛୁଇଁବାର ଲାଗିଛି।ତେବେ ଏହାରି ଭିତରେ ଭାରତର ଜ୍ଞାନକୌଶଳକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଦେଶରେ ବି ଆଉ ଦେଶ ବହାରେ ବି। ସବୁଠି ଭାରତର ଜୟଗାନ। ଭାରତ ନିଜର ଜ୍ଞାନ କୌଶଳ ବୃଦ୍ଧି କରିବା ସହ ଲାଭବାନ ହେଉଥିବା ସାମ୍ନାକୁ ଆସିଛି। ତିନି ବର୍ଷ ମଧ୍ୟରେ ବିଦେଶୀ ଉପଗ୍ରହ ଉତକ୍ଷେପଣ କରି ଭାରତ 351 କୋଟିରୁ ଅଧିକ ଆୟ କରିଛି। ଯାହା ଭାରତ ପାଇଁ ଏକ ବଡ ସଫଳତା।

ସମଗ୍ର ବିଶ୍ୱରୁ ଗ୍ରାହକଙ୍କ ପାଇଁ ଏକ ପ୍ରମୁଖ ସ୍ପେସ୍ ଲଞ୍ଚ୍ ଭାବେ ଇସ୍ରୋ ଖ୍ୟାତି ଅର୍ଜନ କରିଛି।ମହାକାଶ ବିଭାଗ ଅଧୀନରେ ଥିବା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ଗତ ତିନି ବର୍ଷ ମଧ୍ୟରେ ବିଭିନ୍ନ ବେସରକାରୀ ତଥା ଆନ୍ତର୍ଜାତୀୟ ଏଜେନ୍ସିର ଉପଗ୍ରହ ଉତକ୍ଷେପଣ କରି 351 କୋଟି (35 ମିଲିୟନ୍ ଏବଂ 10 ମିଲିୟନ୍ ୟୁରୋ) ରୁ ଅଧିକ ଆୟ କରିଥିବା ବେଳେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ଏଜେନ୍ସି 45 ଟି ଆନ୍ତର୍ଜାତୀୟ ଗ୍ରାହକ ଉପଗ୍ରହ ଉତକ୍ଷେପଣ କରିଛି। ଯାହା ଭାରତ ପାଇଁ ଅତ୍ୟନ୍ତ ଶୁଭଦାୟକ। ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ NSIL ଗତ ତିନି ବର୍ଷ ମଧ୍ୟରେ (2019-2021) ଇସ୍ରୋର ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (PSLV) ରେ 45 ଟି ଆନ୍ତର୍ଜାତୀୟ ଗ୍ରାହକ ଉପଗ୍ରହ ଉତକ୍ଷେପଣ କରିସାରିଛି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ଵ ର ବ୍ରଡବ୍ୟାଣ୍ଡ ଯୋଗାଯୋଗ ଆବଶ୍ୟକତାର ଆବିର୍ଭାବ ସହିତ NSIL ଇସ୍ରୋର SSLV, PSLV ଏବଂ GSLV-MkIII ଉପରେ ଏହି ବିଦେଶୀ ଉପଗ୍ରହଗୁଡ଼ିକର ଅନେକ ଉତକ୍ଷେପଣର ଯୋଜନା କରିଛି | ଯାହା ଆଗାମୀ ଦିନରେ ଭାରତ ପାଇଁ ଲାଭଦାୟକ ହେବ।
ଆଗକୁ ବଢ଼ି ଚାଲିଛି ଭାରତ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ନୂତନ ଜ୍ଞାନ କୌଶଳରେ ଦିଗ୍ ବିଜୟୀ ହେବାର ଲକ୍ଷ୍ୟରେ ଭାରତ।

You May Also Like

More From Author

+ There are no comments

Add yours