Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର। ଏପରି ହୃଦୟ ବିଦାରକ ଘଟଣା ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଘଟିଛି। ମୃତ ଛାତ୍ର ଦୁଇ ଜଣ ହେଲେ ସ୍ମୃତି ସୌରଭ ପ୍ରଧାନ ଓ ସତ୍ୟଜିତ ଦାସ।
ତମାଣ୍ଡୋ ଅଞ୍ଚଳର ସ୍ମୃତି ସୌରଭ ପ୍ରଧାନ ଓ ଅନୁଗୋଳ ଜିଲ୍ଲା ରେଙ୍ଗାଲିର ସତ୍ୟଜିତ ଦାସ ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜ ପଢ଼ନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଦୁଇ ସାଙ୍ଗ କୁଆଖାଇ ନଦୀ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଗାଧୋଉଥିଲେ! ଠିକ୍‌ ସେହି ସମୟରେ ସେମାନେ ନଦୀର ପ୍ରଖର ସୁଅରେ ଭାସିଯାଇଥିଲେ। ବାଲିଅନ୍ତା ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜା ଖୋଜି କରିଥିଲେ। ଦୀର୍ଘ ସମୟର ସର୍ଚ୍ଚ ଅପରେସନ୍‌ ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *