ଶବ୍ଦ ଓଡିଶା ବ୍ୟୁରୋ: ସୂଚନା ଅଧିକାର କର୍ମୀ ସୀମନ୍ତ କୁମାର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ । ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉକ୍ତ ଘଟଣାର ଦୃଢ଼ ନିନ୍ଦା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ଫତେପୁର ପଂଚାୟତର ସାମାଜିକ କର୍ମୀ ସୀମାନ୍ତ ପାତ୍ରଙ୍କୁ ନିକଟସ୍ଥ ନାଉପାଳର ପ୍ରାୟ ପଚାଶରୁ ଅଧିକ ଅସାମାଜିକ ଲୋକ ସଂଘବଧ ହୋଇ ଆକ୍ରମଣ କରିଥିଲେ । ଦୀର୍ଘ ତିନି ଘଣ୍ଟା ଅଟକ ରଖିବା ସହିତ ତାଙ୍କୁ ଝୁଡ଼ିରେ ମାଟି ବୁହାଇ ଓ ତାଙ୍କଠୁଁ ଓ ତାଙ୍କର ପିତାଙ୍କ ଠାରୁ ବଣ୍ଡ ପେପରରେଦସ୍ତଖସ୍ତ କରାଇ ରଖିଥିଲେ । ବିଂଝାରପୁର ପୋଲିସ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଅଦୃଶ୍ୟ ଶକ୍ତିଙ୍କ ଚାପରେ ଆସାମୀ ମାନଙ୍କୁ ଗିରଫ କରିନାହାନ୍ତି । ଶ୍ରୀ ପାତ୍ର ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ବିଂଝାରପୁର ଆଇଆଇସି ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଛି ଓ ସାକ୍ଷୀ ମାନଙ୍କ ବୟାନ ରେକର୍ଡ ।
ସୂଚନାଯୋଗ୍ୟ, ମନରେଗା ଯୋଜନାରେ ଫତେପୁର ପଂଚାୟତର ନାଉପାଳ ଠାରେ ଏକ ଅମୃତ ସରୋବରର ଖନନ ଶ୍ରମିକଙ୍କ ଦ୍ୱାରା ନକରାଯାଇ ମେସିନ ଦ୍ୱାରା ହେଉଥିବାରୁ ଗତକାଲି ସୀମାନ୍ତ ପାତ୍ର ଫୋନ ଯୋଗେ ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ ଓ ଜିଆରଏସ ପ୍ରଣତି ବେହେରାଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଅଧିକାରୀ ଦ୍ୱୟ ସେହି ପୋଖରୀ ଖୋଳା କାମର ଦାୟିତ୍ୱରେ ଥିବା କିଛି ପ୍ରଭାବଶାଳୀ ଲୋକଙ୍କୁ ଜଣାଇଦେବା ଦ୍ୱାରା ଆଜି ଭୋର ସମୟରୁ ତାଙ୍କୁ କିଡନାପ କରି ନେଉ ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଏତଲା ଦେଇଥିବାରୁ ପ୍ରଶାସନିକ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି, ଯଦି ସ୍ୱଚ୍ଛ ଶାସନ ଆଳରେ ଦୁର୍ନୀତି ବିରୁଦ୍ଧରେ ଲଢ଼ୁଥିବା ସାମାଜିକ କର୍ମୀ ଓ ସୂଚନାକର୍ମୀଙ୍କୁ ଏଭଳି ଦିନ ଦ୍ଵିପ୍ରହରରେ ସର୍ବସାଧାରଣ ସମ୍ମୁଖରେ ମାଡ଼ ଦେଇ ମୋବାଇଲ ଛଡାଇ ନେଇ ମାଡ଼ ଗାଳି ଦିଆଯାଏ, ତେବେ ଏଠାରେ ତାଲିବାନ ଶାସନ ଚାଲିଛି ବୋଲି ଭାବିବାକୁ ପଡିବ।
+ There are no comments
Add yours