Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଚେନ୍ନାଇଠାରୁ କ୍ୱାଲିଫାୟାର ମ୍ୟାଚ ହାରିଥିବା ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ପଞ୍ଚମ ଟ୍ରଫି ଜିତିବା ଲକ୍ଷ୍ୟରେ ଧୋନୀ ବାହିନୀ ।
ମଜବୁତ୍‌ ପ୍ରାରମ୍ଭ ଦାୟିତ୍ବ ଋତୁରାଜ ଗାଏକ୍ବାର୍ଡ ଓ ଡେଭନ କନୱେଙ୍କ ଉପରେ ରହିଥିବା ବେଳେ ମଧ୍ୟକ୍ରମରେ ଶିବମ ଦୁବେ, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜାଙ୍କୁ ସ୍ଥିର ପ୍ରଦର୍ଶନ ବଜାୟ ରଖିବାକୁ ହେବ । ଚଳିତ ଆଇପିଏଲ୍‌ରେ ଆରମ୍ଭରୁ ଆହତ ଆଣ୍ଠୁ ସହ ପ୍ରତ୍ୟେକ ମ୍ୟାଚ୍‌ରେ ଖେଳୁଥିବା ଧୋନି ଯଦିଓ ପାଳି ଶେଷ ଆଡ଼କୁ ବ୍ୟାଟିଂ କରିବାକୁ ଆସୁଛନ୍ତି, କିନ୍ତୁ ଯେତିକି ସମୟ ବ୍ୟାଟିଂ କରୁଛନ୍ତି, ଦର୍ଶକମାନେ ସେହି ସମୟକୁ ଅଧିକ ପସନ୍ଦ କରୁଛନ୍ତି। ‌ଧୋନି ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରୁନାହାନ୍ତି ।

Leave a Reply

Your email address will not be published. Required fields are marked *