ସଂସଦରେ ସ୍ଥାପିତ ହେଲା ରାଜଦଣ୍ଡ

ଶବ୍ଦ ଓଡିଶା ବ୍ୟୁରୋ: ସଂସଦରେ ସ୍ଥାପିତ ହେଲା ରାଜଦଣ୍ଡ । ପୂଜାର୍ଚ୍ଚନା ପରେ ରାଜଦଣ୍ଡକୁ ଦଣ୍ଡବତ କରି ଗ୍ରହଣ କଲେ ପ୍ରଧାନମନ୍ତ୍ରୀ । ୧୮ ମଠର ମଠାଧୀଶ ମୋଦୀଙ୍କୁ ଆଶୀର୍ବାଦ ଦେଇଛନ୍ତି । ଉଦଘାଟନ ସମାରୋହକୁ ଐତିହାସିକ କରିବା ପାଇଁ ପାରମ୍ପରିକ ବୈଦିକ ରୀତିନୀତି ଅନୁସାରେ ସମ୍ପନ୍ନ କରାଯିବ । ପୂଜା ଓ ଯଜ୍ଞରୁ ଆରମ୍ଭ ହୋଇଛି ଉଦଘାଟନ ସମାରୋହ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି ।
ଏଠାରେ ଶୈବ ସମ୍ପ୍ରଦାୟର ପଣ୍ଡିତ ମୋଦୀଙ୍କୁ ରାଜଦଣ୍ଡ ସେନଗୋଲ ପ୍ରଦାନ କରିଛନ୍ତି । ସେନଗୋଲକୁ ନୂଆ ସଂସଦ ଭବନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପାଶ୍ୱର୍ରେ ରଖାଯାଇଛି । ପିଏମ ମୋଦୀ କହିଛନ୍ତି ଯେ ନୂଆ ସଂସଦ ଭବନ ପ୍ରତିଟି ଭାରତୀୟଙ୍କୁ ଗୌରବାନ୍ୱିତ କରିବ ।

You May Also Like

More From Author

+ There are no comments

Add yours