Thu. Oct 15th, 2026

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଇତି ମଧ୍ୟରେ ଏକ ସମ୍ମନ୍ୱୟ ବୈଠକ ଅଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି l ୨୦୨୩ର ପୁରୀ ରଥ ଯାତ୍ରା ଉତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ସୁଚାରୁ ରୂପେ ପାଳନ କରାଯିବ ସେ ବିଷୟରେ ଆଲୋଚନା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା l ଏଥିରେ ଉପସ୍ଥିତ ଥିବା ଉପ ଆରକ୍ଷୀ ଅଧିକ୍ଷକ, ଟ୍ରାଫିକ ଆରକ୍ଷୀ ଅଧିକାରୀ, ଟ୍ରାଫିକ ନିରୀକ୍ଷକ, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ, ଟ୍ରାଫିକ ଥାନା ଅଧିକାରୀ, କୁମ୍ଭାର ପଡ଼ା ଥାନା ଅଧିକାରୀ, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ଏମ ଭି ଆଇ ଶ୍ରୀ ବାମ ଦେବ ସାହୁ, ସହକାରୀ ଏମଭିଆଇ, ଏବଂ ବିଭିନ୍ନ ବସ ସଂଘ କର୍ମକର୍ତ୍ତାମାନେ ଅଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକଙ୍କ ତତ୍ୱାବଧାନରେ ଟ୍ରାଫିକ ସମସ୍ୟା ସମେତ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଭିନ୍ନ ମତ ରଖି ଥିଲେ l ଗାଡିମାନଙ୍କରେ ମୂଲ୍ୟ ନିର୍ଧାରଣ ସୂଚୀ ଲଗାଇବା, ଭଡା ବାବଦରେ ଉଚିତ ମୂଲ୍ୟ ରଖିବା ବିଷୟ ମୁଖ୍ୟ ଆଲୋଚନା ଥିଲା l ଏଥିପାଇଁ ସଂଘର କର୍ମକର୍ତ୍ତା ମାନେ ପରିବହନ ଅଧିକାରୀଙ୍କୁ ତିନି ଦିନ ସମୟ ମାଗିଛନ୍ତି l ନଚେତ ଉପରିସ୍ଥ ଅଧିକାରୀଙ୍କ କଥା ବା ନିର୍ଦ୍ଦେଶକୁ ଯଦି ଖିଲାପ କରାଯାଏ ତେବେ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସମ୍ମିଳନୀରେ କହିଛନ୍ତି l କିଭଳି ଭାବରେ ବସଷ୍ଟାଣ୍ଡକୁ ଗାଡି ଠିକ ସମୟରେ ଏବଂ ସଠିକ ସମୟରୁ ଗାଡି ଛାଡିବା ଏବଂ ଯାତ୍ରା ସମୟରେ ଯେମିତି ଆଦୌ କୌଣସି ବିଶୃଙ୍ଖଳା ସୃଷ୍ଟି ନ ହେବ ସେଥି ପ୍ରତି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ପୁରୀ ଜ଼ିଲ୍ଲାର ବହୁତ ସ୍ୱାର୍ଥ ଦୃଷ୍ଟିରୁ ଏବଂ ଦୁର୍ଘଟଣା ହ୍ରାସ ପାଇଁ ସମେତ ଭକ୍ତ ଶ୍ରଦ୍ଧାଳୁ ଯେମିତି ଠକାମୀର ଶିକାର ନ ହେବେ ସେଥି ପ୍ରତି ବିଭାଗ ତୀକ୍ଷ୍ଣ ନଜର ଦେବାକୁ ଏନ୍ଫୋର୍ଶମେଣ୍ଟ ଷ୍ଟାଫକୁ ନିର୍ଦ୍ଦେଶ ହେଇଛି l ଏବଂ ଏହି ଯାତ୍ରା ସମୟରେ ଗାଡି ଚେକିଂକୁ ଆହୁରି କଡାକଡ଼ି କରାଯିବ ବୋଲି ଆରଟିଓ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *