ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେର ଅଗ୍ରଗତି ତଦାରଖ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ଆଜି ରାୟଗଡ଼ା ଜିଲ୍ଲାରେ ଆସି ପହଂଚି ଅନୁଧ୍ୟାନ କରିଛନ୍ତି । ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ସର୍ଭେର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ଏହା ପରେ ଗୁଡାରି, ଗୁଣପୁର, କୋଳାନାରା ଓ କଲ୍ୟାଣ ସିଂପୁର ବ୍ଲକର ଏବଂ ଗୁଣପୁର, ଗୁଡାରି ବିଜ୍ଞାପିତ ଅଞ୍ଚଳ ସର୍ଭେ କରାଯାଇଥିବା ଫୋର୍ମ ଗୁଡିକର ଜୟପୁରେ ସ୍କାନିଙ୍ଗ କାର୍ଯ୍ୟ କୁ ଅନୁଧ୍ୟାନ କରିଥିଲେ l ଏହାପରେ ରାୟଗଡ଼ା ବ୍ଲକର ରଫାକଣା, କୁମ୍ଭୀକଟା ଓ କତାପେଟା ଗ୍ରାମମାନଙ୍କରେ ଦ୍ୱାର ଦ୍ୱାର ବୁଲି ସର୍ଭେ କେନ୍ଦ୍ର ଗୁଡିକ ବୁଲି ସର୍ଭେ କାର୍ଯ୍ୟକୁ ତଦାରଖ କରିଥିଲେ । ଫର୍ମପୂରଣ,ବ୍ୟବହୃତ ବିଭିନ୍ନ କୋଡର ସଠିକତା ଆଦି ପର୍ଯ୍ୟବେକ୍ଷଣ ସହ ଅଦ୍ୟାବଧି ପଞ୍ଜିକରଣ ହୋଇନଥିବା ପରିବାରଗୁଡିକ ବିଷୟରେ ତଥ୍ୟ ପଚାରି ବୁଝିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ରାୟଗଡ଼ା ବ୍ଲକ୍ ନୋଡାଲ ଅଧିକାରୀ ତଥା ରାୟଗଡ଼ା ବି ଡି ଓ ଲକ୍ଷ୍ମନାରାୟଣ ସାବତ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିପିଓ ଗୋପାଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ମେ ୨୧ ଠାରୁ ୨୭ ତାରିଖ ମଧ୍ୟରେ ସ୍ଵତନ୍ତ୍ର ଅଭିଯାନ ମାଧ୍ୟମରେ ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ସହ ସେମାନଙ୍କ ପଞ୍ଜିକରଣ ନିମନ୍ତେ ପଦ୍ଧକ୍ଷେପ ନିଆଯାଇଥିଲା l ଆସନ୍ତା ମାସ ୬ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି ସେର୍ଭେ କାର୍ଯ୍ୟର କରାଯିବ ବୋଲି ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ବେହେରା ଜଣାଇଛନ୍ତି l

You May Also Like

More From Author

+ There are no comments

Add yours