ମନ ମତାଣିଆ ଢଙ୍ଗଟି ତାର
ରଙ୍ଗ ତାର ନୂଆ ସତେ,
କେଡ଼େ ସୁମଧୁର ଭାଷା ପୁଣି ତାର
ଭାରି ଭଲ ଲାଗେ ମୋତେ।
ସେ ଭାଷାରୁ ପଦେ କାନେ ପଡିଗଲେ
ହୃଦୟ ଶିହରୀ ଯାଏ,
କେହି ନୁହେଁ ସେ ମୋ ଭାଷା ଓଡ଼ିଆ
ଗରବରେ ମୁଁ କହେ।
ବର୍ଣ୍ଣବୋଧ ଯାର ରୂପକୁ ବର୍ଣ୍ଣଇ
ଦେଇ ତା କୋମଳ ସ୍ପର୍ଶ,
ସେ ପରଶ ପାଇ ଭାଷା ମୋ ସୁନ୍ଦର
ସୁନ୍ଦର ପୁଣି ଉତ୍କର୍ଷ।
କବି ଭାବୁକର ଭାବନା ରାଇଜେ ଉତ୍ତାଳ ତରଙ୍ଗ ସାଜେ,
ମୋ ଭାଷା ଓଡ଼ିଆ ଭାରି ଆପଣାର
ଅକ୍ଷରେ ଅକ୍ଷର ମଜେ।
ଏମିତି ଏ ଭାଷା ପ୍ରାଣ ଭରି ଦିଏ କୋଟି ଓଡ଼ିଆ ଜାତିର
ଯେତେ ପରଖିଲେ ମନ ଵୁଝେନାହିଁ
ମୋ ଭାଷା କେଡ଼େ ସୁନ୍ଦର!
+ There are no comments
Add yours