Wed. Oct 14th, 2026


ମନ ମତାଣିଆ ଢଙ୍ଗଟି ତାର
ରଙ୍ଗ ତାର ନୂଆ ସତେ,
କେଡ଼େ ସୁମଧୁର ଭାଷା ପୁଣି ତାର
ଭାରି ଭଲ ଲାଗେ ମୋତେ।

ସେ ଭାଷାରୁ ପଦେ କାନେ ପଡିଗଲେ
ହୃଦୟ ଶିହରୀ ଯାଏ,
କେହି ନୁହେଁ ସେ ମୋ ଭାଷା ଓଡ଼ିଆ
ଗରବରେ ମୁଁ କହେ।

ବର୍ଣ୍ଣବୋଧ ଯାର ରୂପକୁ ବର୍ଣ୍ଣଇ
ଦେଇ ତା କୋମଳ ସ୍ପର୍ଶ,
ସେ ପରଶ ପାଇ ଭାଷା ମୋ ସୁନ୍ଦର
ସୁନ୍ଦର ପୁଣି ଉତ୍କର୍ଷ।

କବି ଭାବୁକର ଭାବନା ରାଇଜେ ଉତ୍ତାଳ ତରଙ୍ଗ ସାଜେ,
ମୋ ଭାଷା ଓଡ଼ିଆ ଭାରି ଆପଣାର
ଅକ୍ଷରେ ଅକ୍ଷର ମଜେ।

ଏମିତି ଏ ଭାଷା ପ୍ରାଣ ଭରି ଦିଏ କୋଟି ଓଡ଼ିଆ ଜାତିର
ଯେତେ ପରଖିଲେ ମନ ଵୁଝେନାହିଁ
ମୋ ଭାଷା କେଡ଼େ ସୁନ୍ଦର!

ଦୁର୍ଗାଶଙ୍କର ପାଢ଼ୀ
ଶଙ୍ଖଚିଲା, ଯାଜପୁର

୭୩୭୭୫୯୪୫୦୭


Leave a Reply

Your email address will not be published. Required fields are marked *