ଦମକଳ ବାହିନୀ ଦ୍ୱାରା ବାଛୁରୀ ଉଦ୍ଧାର

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫାଲସପଡା ଗ୍ରାମ ରୁ ଏକ ପରିତ୍ୟକ୍ତ କୂଅ ରୁ ଗତ 3 ଦିନ ଧରି ପଡିକି ରହି ଥିବା ଏକ ଅଣ୍ଡିରା ବାଛୁରୀ କୁ ଚନ୍ଦାହାଣ୍ଡି ଅଗ୍ନିଶମ ଅଧିକାରୀ ବୁଡୁ ଶବର ଙ୍କ ନିର୍ଦେଶ କ୍ରମେ କୁଅ ରୁ ଉଦ୍ଧାର କରାଯାଇ ଥିବା ନେଇ ଅଗ୍ନିଶମ କାର୍ଯ୍ୟଳୟ ସୂତ୍ର ରୁ ସୂଚନା ଦିଆଯାଇଛି l ଉଦ୍ଧାର ହୋଇ ଥିବା ବାଛୁରୀ ସୁସ୍ଥ ରହି ଥିବା ନେଇ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି l ଏଥିପାଇଁ ଅଗ୍ନିଶମ କର୍ମଚାରୀ ମାନଙ୍କୁ ଗ୍ରାମବାସୀ ମାନେ ଧନ୍ୟବାଦ ଦେବା ସହ ପରିତ୍ୟକ୍ତ କୂଅ ର ମାଲିକ ଟେକ ଗୌଡ଼ଙ୍କୁ କୂଅ କୁ ପୋତି ଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି l
କୂଅରେ ପଡ଼ିଥିବା ବାଛୁରୀ ର ମାଲିକ କିଏ ବର୍ତ୍ତମାନ ସୁଧା ଜଣାପଡି ନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି l
ଗ୍ରାମବାସୀ ଙ୍କ କହିବା ଅନୁସାରେ ଗତ 3 ଦିନ ରୁ ଗ୍ରାମର ଟେକ ଗୌଡ଼ଙ୍କ ଏକ ପରିତ୍ୟକ୍ତ କୂଅ ରେ ଏକ ବାଛୁରୀ ପଡି ଯାଇଥିଲା l କୂଅ ର ଆକାର ଛୋଟ ହୋଇ ଥିବା ବେଳେ ଏହାର ଗଭୀର 20 ଫୁଟ ଥିବାରୁ ବାଛୁରୀ ରି ଉପରକୁ ଉଠିପାରି ନଥିବା ବେଳେ ସେଥିରେ ପାଣି ନଥିବାରୁ ବାଛୁରୀର କୌଣସି କ୍ଷତି ହୋଇ ନଥିଲା l ଗ୍ରାମବାସୀ ମାନେ ବାଛୁରୀ କୁ ଉଦ୍ଧାର କରିବା କୁ ଚେଷ୍ଟା କରିବା ସହ କିଛି ଖାଦ୍ୟ ଦେବାରୁ ବାଛୁରୀ ର କୌଣସି କ୍ଷତି ହୋଇ ନଥିଲା l ଶେଷରେ ଅଗ୍ନିଶମ କର୍ମଚାରୀ ଙ୍କୁ ଫୋନ କରାଯିବା ପରେ ସେଠାକୁ ଆଶି ଅଗ୍ନିଶମ କର୍ମଚାରୀ ମାନେ ସୁରକ୍ଷିତ ଭାବରେ ବାଛୁରୀ କୁ ଉଧାର କରିଥିଲେ l ଏହି ଉଦ୍ଧାର କାର୍ଯ୍ୟ ରେ ଫାୟାର ମ୍ୟାନ ଅନୁଜ ସାହୁ, ପ୍ରଶାନ୍ତ ପୂଜାରୀ, ମିନକେତନ ଶବର, ପ୍ରମୁଖ ଅଗ୍ନିଶମ କର୍ମଚାରୀ ଉଦ୍ଧର କରିଥିଲେ l
ନବରଙ୍ଗପୁରରୁ ଶବ୍ଦମିଡ଼ିଆ ରିପୋର୍ଟର——– ମୁକୁନ୍ଦ ବେଶ୍ରା

You May Also Like

More From Author

+ There are no comments

Add yours