ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ରସରକାରଙ୍କ ଜାତୀୟ ଶିକ୍ଷାନୀତି ଆଧାରରେ ନୂତନ ନିୟମ ଲାଗୁ ହୋଇଛି।ଏହା ମଧ୍ୟରେ ବଦଳିଛି ନାମଲେଖା ବୟସ ସୀମା, ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ପିଲାଙ୍କ ବୟସ ସୀମା ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ। ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ନୂଆ ନୀତି ଆପଣାଇନଥିବା ରାଜ୍ୟକୁ ପରାମର୍ଶ ଦେଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ।ଯେଉଁ ରାଜ୍ୟ ସରକାର ନୂଆ ଶିକ୍ଷା ନୀତିକୁ ଆପଣାଇଛନ୍ତି, ସେମାନେ ଏହି ନିୟମ ଲାଗୁ କରିବେ । ଯେଉଁ ରାଜ୍ୟ ଏହି ଶିକ୍ଷା ନୀତିକୁ ଲାଗୁ କରିନାହାନ୍ତି ସେମାନେ ନୂଆ ଶିକ୍ଷାନୀତିର ଏହି ନିୟମକୁ ଲାଗୁ କରିବାକୁ କେନ୍ଦ୍ର ସରକାର ନିଦ୍ଦେର୍ଶ ଦିଆଯାଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ନୂତନ ଜାତୀୟ ଶିକ୍ଷା ନୀତି, ଏନ.ଇ.ପି. ଅନୁଯାୟୀ, ମୂଳ ପର୍ଯ୍ୟାୟରେ ସମସ୍ତ ପିଲାଙ୍କ ପାଇଁ ୫ ବର୍ଷର ଶିକ୍ଷଣ ସୁଯୋଗ ୩ ରୁ ୮ ବର୍ଷ ମଧ୍ୟରେ ରହିଛି। ଯେଉଁଥିରେ ୩ ବର୍ଷର ପ୍ରାକ୍ -ସ୍କୁଲ ଶିକ୍ଷା ଏବଂ ଏହା ପରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯିବ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours