ନୂଆଦିଲ୍ଲୀରେ ଆୟୋଜିତ ଆଦି ମହୋତ୍ସବରେ କନ୍ଧମାଳ କଫି ଓ ପାମ୍ପଡ଼ କିଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶବ୍ଦମିଡ଼ିଆ ବ୍ୟୁରୋ:ଓଡ଼ିଶାର କନ୍ଧମାଳ କଫି ପାମ୍ପଡ଼ କିଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହା ସେ ଏସବୁକୁ ପସନ୍ଦ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି।ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଛି ଚଳିତ ବର୍ଷର ଆଦି ମହୋତ୍ସବ ସମାରାହ । ଏଥିରେ ଓଡ଼ିଶାର ଦୁଇଟି କୃଷକ ଉତ୍ପାଦକ ସଂଗଠନ – କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃ ଏବଂ ନବରଙ୍ଗପୁର ଜିଲ୍ଲାର ଭଣ୍ଡାର ଘରଣୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଅଂଶଗ୍ରହଣ କରିଛନ୍ତି ।

ଆଦି ମହୋତ୍ସବ କାର୍ଯ୍ୟକ୍ରମ ଗତ ୧୬ତାରିଖ ଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଆଦିବାସୀ ଲୋକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ହଳଦୀ, କଫି, ମାଣ୍ଡିଆ, ବାଜରା ଜାତୀୟ ଫସଲ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜୈବିକ ଉତ୍ପାଦ ଏହି ଦୁଇ ସଂଗଠନ ପକ୍ଷରୁ ବିକ୍ରି କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ମହୋତ୍ସବ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସେ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିବା ସହିତ ଅଂଶଗ୍ରହଣକାରୀଙ୍କ ସହିତ ମତବିନିମୟ କରିଥିଲେ । ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃର ବିକ୍ରେତା ତାପସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଛି ଦିନ ପୂର୍ବରୁ ଆମ ଷ୍ଟଲ୍‌କୁ ଆସିଥିଲେ । ସେ ଆମ ଠାରୁ କଫି ଓ ପାମ୍ପଡ଼ କିଣିଥିଲେ । ଆମ କଫିକୁ ପସନ୍ଦ କରିବା ସହିତ ସେ ନିଜର ମତାମତ ଦେଇ ଖୁସି ବ୍ୟକ୍ତ କରିଥିଲେ । ଆମେ ଏହି ଷ୍ଟଲ୍‌ରେ ଜିଆଇ ଟ୍ୟାଗ୍‌ ବିଶିଷ୍ଟ ହଳଦୀ, ମାଣ୍ଡିଆ, ବାଜରା ଆଦି ବିକ୍ରି କରୁଛୁ । ଏଠି ସାମଗ୍ରୀର ଭଲ ବ୍ୟବସାୟ ସହ ଚାହିଦା ରହିଛି । ମାତ୍ର ୪ଦିନ ମଧ୍ୟରେ ସେମାନେ ପ୍ରଥମ ପର୍ଯ୍ୟାୟରେ ଆଣିଥିବା ଉତ୍ପାଦ ପ୍ରାୟତଃ ବିକ୍ରି ହୋଇସାରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ପରିମାଣରେ ଉତ୍ପାଦ ବିକ୍ରି ପାଇଁ ଅଣାଯାଇଛି।

You May Also Like

More From Author

+ There are no comments

Add yours