ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତି ବାସଭବନରେ ଭିଜିଲାନ୍ସ ରେଡ଼

ଶବ୍ଦମିଡ଼ିଆ ବ୍ୟୁରୋ:ଥରକୁ ଥର ସରକାରୀ କର୍ମଚାରୀମାନେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି।ଏବର ପୁଣି ଜଣେ ସରକାରୀ କର୍ମଚାରୀ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତି ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ । ଏକକାଳୀନ ୭ଟି ଜାଗରେ ରେଡ କରିଛି ଭିଜିଲା୍ନ୍ସ ଟିମ୍। ଚଢ଼ଉ ସମୟ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ପାସ୍‌ବୁକ୍ ଜବତ ହୋଇଛି। ବର୍ତ୍ତମାନ ଚଢଉ ଜାରି ରହିଛି।

ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ପୂର୍ତ୍ତବିଭାଗ ଡିଭିଜନ-୨ର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ବାଲେଶ୍ଵର ଶାନ୍ତିକାନନ ସ୍ଥିତ ଭଡାଘର , ପୈତୃକ ଘର ସମେତ ୭ଟି ଜାଗାରେ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍। ଅଜୟ ବାଲେଶ୍ୱର ପୂର୍ତ୍ତ ବିଭାଗ ୨ରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଥିଲା।ଏନେଇ ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ଆଜି ଶାନ୍ତିକାନନ ଭଡା ଘରେ ଅଚାନକ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଚଢ଼ଉ ବେଳେ ବ୍ୟାଙ୍କ ପାସବୁକ ସମେତ ବହୁ କାଗଜପତ୍ର ମଧ୍ୟ ଜବତ ହୋଇଛି। ଏକ ଟିମ ଏବେ ବି ଛାନଭିନ କରୁଥିବା ଜଣାପଡିଛି।

ଚଢ଼ାଉ ବେଳେ ନଗଦ ଲକ୍ଷେ ଟଙ୍କା, ଗୋଟିଏ ଚାରି ଚକିଆ ଗାଡ଼ି ସହ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଶ୍ରୀ ସେନାପତିଙ୍କ ପୁରୀରେ ନିଜ ଘର ବୋଲି ଜଣାପଡିଛି।

You May Also Like

More From Author

+ There are no comments

Add yours