ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେବ ଦ୍ୱିତୀୟ ଏଫଆଇଏଚ ପ୍ରୋ ଲିଗ

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ଏଫଆଇଏଚ ପୁରୁଷ ହକି ବିଶ୍ୱକପ ଓଡ଼ିଶା ସରକାର ସଫଳତାର ସହ ଆୟୋଜନ କରି ଶେଷ କରିଛନ୍ତି।ଏହା ମଧ୍ୟରେ ପୁରୁଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରଥମ ପର୍ଯ୍ୟାୟର ଘରୋଇ ମ୍ୟାଚ୍‌ ଭାରତ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲା । ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ବିର୍ସା ମୁଣ୍ଡା ଷ୍ଟାଡିୟମରେ (ରାଉରକେଲା) ଖେଳାଯିବ । ଭ୍ରମଣକାରୀ ଜର୍ମାନୀ ଓ ଅଷ୍ଟ୍ରେଲିଆ ସହ ଭାରତ ମାର୍ଚ୍ଚ ୧୦ ତାରିଖରୁ ମୋଟ୍‌ ୪ଟି ମ୍ୟାଚ୍‌ ଖେଳିବ ।

ସେମିତି ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟ ପରସ୍ପରକୁ ଭେଟିବେ ।

ଏହି ମ୍ୟାଚ୍‌ ଗୁଡ଼ିକ ପାଇଁ ଖୁବ୍‌ ଶୀଘ୍ର ଅନ୍‌ଲାଇନରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ । ସେମିତି ମାର୍ଚ୍ଚ ପ୍ରଥମ ସପ୍ତାହରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ ବୋଲି ଜଣାପଡ଼ିଛି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୨୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକ ବସି ମ୍ୟାଚ୍‌ ଦେଖିବାର ସୁବିଧା ରହିଛି । ଗତ ହକି ବିଶ୍ୱକପ୍‌ ସମୟରେ ୨୦ଟି ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳାଯାଇଥିଲା ।

ବିଶ୍ୱ ଚାମ୍ପିଅନ ଜର୍ମାନୀ ଗତ ମାସରେ ଏଠାରୁ ବିଶ୍ୱକପ୍‌ ଖେଳି ଯାଇଛି । ପୁଣି ମାର୍ଚ୍ଚରେ ପ୍ରୋ ଲିଗ୍‌ ଖେଳିବାକୁ ଆସିବ । ବିଶ୍ୱର ପୂର୍ବତନ ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ମଧ୍ୟ ଆସିବ । ତେଣୁ ପ୍ରୋ ଲିଗର ପ୍ରତ୍ୟେକ ମ୍ୟାଚ୍‌ ବେଶ ଚିତାକର୍ଷକ ହେବ ବୋଲି ଆଶା କରାଯାଉଛି । ମାର୍ଚ୍ଚ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ମୋଟ୍‌ ୬ଟି ମ୍ୟାଚ୍‌ ରାଉରକେଲାରେ ଖେଳାଯିବ ।

ମାର୍ଚ୍ଚ ୧୦ ତାରିଖରେ ଭାରତ-ଜର୍ମାନୀ, ୧୧ରେ ଅଷ୍ଟ୍ରେଲିଆ-ଜର୍ମାନୀ, ୧୨ରେ ଭାରତ-ଅଷ୍ଟ୍ରେଲିଆ, ୧୩ରେ ଭାରତ-ଜର୍ମାନୀ, ୧୪ରେ ଜର୍ମାନୀ-ଅଷ୍ଟ୍ରେଲିଆ ଏବଂ ୧୫ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ରହିଛି । ଘରୋଇ ମ୍ୟାଚ୍‌ ଶେଷ ହେବା ପରେ ଭାରତ ମେ’ ୨୬ରୁ ବିଦେଶ ଗସ୍ତରେ ଯିବ । ପ୍ରଥମ ପର୍ଯ୍ୟାୟରେ ବେଲଜିୟମ ଓ ଇଂଲଣ୍ଡ ସହ ମେ’ ୨୬ରୁ ଖେଳିବ ।

You May Also Like

More From Author

+ There are no comments

Add yours