ଚନ୍ଦାହାଣ୍ଡି ଥାନା ରେ ଜବତ 14 ଟି ବାଇକ ରେ ନିଆଁ ଲାଗି ନଷ୍ଟ


ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି ଆୱାଆ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ରେ ଜବତ ହୋଇଥିବା 14 ଟି ବାଇକ ବିଭିନ୍ନ କେସ ରେ ଜବତ କରି ଥାନା ପରିସର ରେ ରଖା ଯାଇଥିବା ବାଇକ ରେ ନିଆଁ ଲାଗି ପୋଡି ନଷ୍ଟ ହେବା ସହ ସେଠାରେ ଜବତ ହୋଇ ରହିଥିବା ଅଟୋ ଏବଂଟ୍ରାକ୍ଟର ରେ ଅଳ୍ପ ନିଆଁ ଲାଗି ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଖବର ପାଇ ଉମରକୋଟ ଏସ ଡ଼ି ପି ଓ ଶୁଭେନ୍ଧୁ ଶବର ଚନ୍ଦାହାଣ୍ଡି ଥାନା କୁ ଆଶି ସ୍ଥିତି ଅନୁ ଧ୍ୟାନ କରିଛନ୍ତି l ପାଖ ଜମି ରୁ ନିଆଁ ଲାଗି ଥାନା ପରିସର କୁ ମାଡି ଯାଇ ଜବତ ବାଇକ ରେ ନିଆଁ ଲାଗି ଯାଇଥିବା ନେଇ ପୋଲିସ ସୂଚନା ଦେଇଛି l ଚନ୍ଦାହାଣ୍ଡି ଥାନା କେସ ନଂ 27/23 ନୁସାରେ ଏକ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଚଲାଇ ଥିବା ନେଇ ଆଇଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି l ଏବାବଦ ରେ ପାଖ ଜମି ମାଲିକ ଙ୍କୁ ଥାନାକୁ ଆଣି ପଚରା ଉଚରା କରାଯାଉଥିବା ନେଇ ଥାନା ସୂତ୍ର ରୁ ଜଣାପଡିଛି l ସ୍ପଷ୍ଟ ଦିବା ଆଲୋକ ରେ ନିଆଁ ଲାଗି 14 ଟି ବାଇକ ପୋଡି ନଷ୍ଟ ହୋଇଥିବା ବେଳେ ଥାନା କର୍ମଚାରୀଙ୍କ କିପରି ନଜର ପ୍ରଥମେ ପଡି ପାରିନଥିବା ବେଳେ ପାଖ ଜମି ରେ ଲାଗି ଥିବା ନିଆଁକୁ ଥାନା ରେସେଣ୍ଟ୍ରି ଦାୟିତ୍ୱ ରେ ଥିବା ପୋଲିସ କର୍ମଚାରୀ ଦେଖି କି ମଧ୍ୟ କାହିଁକି ବାରଣ କରି ପାରି ନଥିଲେ l ଏ ନେଇ ଏଠାରେ ଏକ ପ୍ରକାର ଚର୍ଚ୍ଚା ର ବିଷୟ ପାଲଟି ଯାଇଛି l ଏ ଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରା ଯାଇଛି lଥାନା ସୂତ୍ର ରୁ ମିଳି ଥିବା ସୂଚନା ଅନୁସାରେ ଥାନା କୁ ଲାଗି ରହିଥିବା ପାଖ ଜମିରେ ଥିବା ମହୁଳ ଗୋଟାଇବା ପାଇଁ ଜମିମାଲିକ ମାନେ ମହୁଳ ଗଛ ପତ୍ର ରେ ନିଆଁ ଲଗାଇ ଥିଲେ l ଏହି ନିଆଁ ପାଖ ଜମିକୁ ମାଡି ଯାଇ ଜମି କୁ ଲାଗି କି ଚନ୍ଦାହାଣ୍ଡି ଥାନା ରେ ଜବତ ହୋଇ ରହି ଥିବା ଗାଡି ଏବଂ ବାଇକ ପାଖ କୁ ମାଡି ଆସିବାରୁ ସେଠାରେ ଥିବା ବାଇକ ରେ ପ୍ରଥମେ ବାଇକ ରେ ଲାଗି ଯାଇଥିଲା l ଦୀର୍ଘ ଦିନ ରୁ ଜବତ ହୋଇ ରହିଥିବା ଏବଂ କଳଙ୍କି ଲାଗି ରହିଥିବା ଯୋଗୁଁ ସେଥିରେ ନିଆଁ ହୁ ହୁ ହୋଇ ଜଳିବା ରୁ ସେଠାରେ ଥିବା ଅନ୍ୟ 13 ଟି ବାଇକ ରେ ଲାଗି ପୋଡି ନଷ୍ଟ ହୋଇ ଯାଇ ଥିବା ବେଳେ ଜବତ ହୋଇ ରହିଥିବା ଗୋଟିଏ ସାଇକେଲ ଏବଂ ଅଟୋ ପୋଡି ନଷ୍ଟ ହୋଇ ଯାଇଥିବା ବେଳେ ଜବତ ହୋଇ ରହିଥିବା ଟ୍ରାକ୍ଟର ରେ ନିଆଁ ଲାଗି ଚକ ଅଂଶ ପୋଡି ଯାଇଥିବା ଦେଖିବା କୁ ମିଳିଛି। ବାଇକ ରେ ନିଆଁ ହୁ ହୁ ହୋଇ ଜଳୁଥିବା ଦେଖି ଥାନାର ପୋଲିସ କର୍ମଚାରୀ ମାନେ ନିଆଁ କୁ ଆୟତ କରି ଥିଲେ l ନିଆଁ କୁ ଆୟତ କରିବା ସତ୍ୱେ 14 ଟି ବାଇକ ପୋଡି ପାଉଁଶ ହୋଇ ଯାଇଥିଲା l ନିଆଁ ଆରମ୍ଭ ହେବା ସମୟ ରେ ଥାନା ଦାୟିତ୍ୱ ରେ ଥିବା ସେଣ୍ଟ୍ରି କିମ୍ବା ପୋଲିସ କର୍ମଚାରୀ ଏବଂ ପାଖ ଜମି ମାଲିକ ଙ୍କ ଅତାଦୃଶ୍ୟ ଲାପର ବାହି ଯୋଗୁଁ ନିଆଁ ଲାଗି ଏତେ ବଡ଼ କ୍ଷତି ଘଟି ଥିବା ନେଇ ଏଠାରେ ଚର୍ଚ୍ଚା ଜୋର ଧରିବା ସହ ଏହାର ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରାଯାଇଛି l ଏହାର ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ କରାଯାଇଛି l

You May Also Like

More From Author

+ There are no comments

Add yours