ଫ୍ରେବ୍ରୁଆରୀ ମାସରେ ଭୁବନେଶ୍ୱରରେ ଅସହ୍ୟ ତାତି,୩୮ ଡିଗ୍ରୀ ଛୁଇଁଲା ତାପମାତ୍ରା

ଶବ୍ଦମିଡ଼ିଆ ବ୍ୟୁରୋ:ଖରା ଦିନ ଆରମ୍ଭ ହୋଇନି।ଫ୍ରେବ୍ରୁଆରୀ ମାସରୁ ଅସହ୍ୟ ତାତି ହେଲାଣି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ।

ଦେଶର ଉତ୍ତପ୍ତ ସହର ଭାବେ ୪ର୍ଥ ସ୍ଥାନରେ ଭୁବନେଶ୍ୱର।ଫେବ୍ରୁଆରୀରୁ ହିଁ ଅସହ୍ୟ ତାତି ପରିଲକ୍ଷିତ ହୋଇଥିବା ବେଳେ ଆଜି ଦିନ ୧୧.୩୦ ସୁଦ୍ଧା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗତକାଲି ପାରଦ ୩୮ ଡିଗ୍ରୀ ଛୁଇଁଥିଲା ରାଜଧାନୀରେ। ଏଥିପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ।ଜଳୁଛି ଭୁବନେଶ୍ୱର।

ଫେବୃୟାରୀରୁ ହିଁ ଅସହ୍ୟ ତାତି। ଦେଶର ଉତ୍ତପ୍ତ ସହର ଭାବେ ୪ର୍ଥ ସ୍ଥାନରେ ଭୁବନେଶ୍ୱର। ସ୍ଵାଭାବିକ ଠାରୁ ୪ଡିଗ୍ରୀ ଭୁବନେଶ୍ଵରରେ ଅଧିକ ରହୁଛି ଦିନ ତାପମାତ୍ରା। ଗତକାଲି ପାରଦ ୩୮ ଡିଗ୍ରୀ ଛୁଇଁଥିବା ବେଳେ ଆଜି ଦିନ ୧୧.୩୦ ସୁଦ୍ଧା ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।ସେହିପରି ଆଜି ମଧ୍ୟ ୩୮ ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଫେବୃୟାରୀର ମଧ୍ୟଭାଗରେ ସ୍ଵାଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହୁଥିବା ବେଳେ ଦେଶର ୪ର୍ଥ ଉତ୍ତପ୍ତ ସହର ହେଉଛି ଭୁବନେଶ୍ବର। ଦେଶରେ ରାଜସ୍ଥାନର ଫାଲୋଡି ଠାରେ ୩୮.୬ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ସ୍ଥଳଭାଗରେ ଶୁଷ୍କବାୟୁ ପ୍ରବାହକୁ ନେଇ ତାପମାତ୍ରା ବୃଦ୍ଧି ପାଉଛି। ହେଲେ ଏହି ପ୍ରବାହ କ୍ରମାଗତ ଭାବରେ ହେଉନଥିବାରୁ ତାପମାତ୍ରା ପରିବର୍ତ୍ତନ ହେଉଛି। ତେଣୁ ଏଭଳି ପାଗ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପଣିପାଗ କହିଛି। ଏହାକୁ ନେଇ ଗତ କିଛି ଦିନ ପାଣିପାଗରେ ସେଭଳି ପରିବର୍ତ୍ତନ ନଥିବାରୁ ତାପମାତ୍ରା ବୃଦ୍ଧି ହେବାର ସେଭଳି କିଛି ସମ୍ଭାବନା ନାହିଁ ବୋଲି ବିଭାଗ ଆକଳନ କରିଛି।

ଅନ୍ୟପଟେ ସାଧାରଣତଃ ପଶ୍ଚିମା ଓ ଦକ୍ଷିଣ ବାୟୁ ଚଳଣକୁ ନେଇ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥାଏ। ଗତକିଛି ଦିନ ହେବ ରାଜ୍ୟ ରେ ପଶ୍ଚିମା ବାୟୁର ଚଳଣ ରହିଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ବିଶେଷ ଭାବେ ଉପକୂଳ ଓଡିଶାରେ ବାୟୁ ପ୍ରବାହ ଯୋଗୁ ତାପମାତ୍ରା ବୃଦ୍ଧି ପାଉଥିବାରୁ ଭୁବନେଶ୍ବରରେ ବଡ଼ ବଡ଼ ବିଲ୍ଡି ସଂଖ୍ୟା ବୃଦ୍ଧି ଓ କଂକ୍ରିଟ୍ ରାସ୍ତାଘାଟ ପାଇଁ ତାପମାତ୍ରା ବୃଦ୍ଧି ପାଉଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ।

You May Also Like

More From Author

+ There are no comments

Add yours