ଶବ୍ଦମିଡ଼ିଆ ବ୍ୟୁରୋ:ନବ ଦାସ ହତ୍ୟାକାଣ୍ଡ ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଘଟଣା।ଏ ପ୍ରକାର ଘଟଣା ଓଡିଶା ରାଜନୀତିରେ କେବେବି ଘଟି ନଥିଲା।ଅନେକ ନେତା ମନ୍ତ୍ରୀ ବିଧାୟକ ମାନଙ୍କୁ ଆକ୍ରମଣ ହୋଇଛି ସତ କିନ୍ତୁ ନିଜେ ଜଣେ ସୁରକ୍ଷାକର୍ମୀ ଜଣେ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଓଡ଼ିଶା ରାଜନୀତି ଇତିହାସର ସବୁଠାରୁ ବଡ଼ ଘଟଣା।ଏହା ମଧ୍ୟରେ ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ମଧ୍ୟ ତଦନ୍ତ ସଠିକ ଢଙ୍ଗରେ ହେଉନାହିଁ ବୋଲି ବିରୋଧୀ କହିବା ସହ ରାଜ୍ୟବାସୀ ମଧ୍ୟ କହିଛନ୍ତି।ଏହା ଭିତରେ ବିରୋଧୀ ଦଳ ନେତା କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀ ପତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପଶ୍ଚିମ ଓଡିଶାର ବହୁବଳୀ ନେତାଙ୍କ ସଂପୃକ୍ତି ଥିବା କହିଛନ୍ତି ତାରା ପ୍ରସାଦ ବାହିନୀ ପତି।ବାହୁବଳି ନେତାଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରିଛନ୍ତି ତାରା।ସଂପୃକ୍ତ ବହୁବଳୀ ନେତାଙ୍କ ସହ ପଡୁନଥିବା ନବ ଅନେକ ଥର କହୁଥିଲା ବୋଲି କହିଛନ୍ତି ତାରା।ନବ ଦାସଙ୍କ ହତ୍ୟାକାଣ୍ଡ କିପରି ଘଟିଲା ତାଙ୍କୁ କାହିଁକି ହତ୍ୟା କରାଗଲା ରାଜ୍ୟ ସରକାର କାହିଁକି ସ୍ପଷ୍ଟ କରୁନାହଁନ୍ତି ଏହା କହିଛନ୍ତି ତାରା।ଗୋପାଳ ସତରେ ପାଗଳ ନା ତାକୁ ପାଗଳ କରିବାକୁ ଚେଷ୍ଟା କରାଯାଉଛି । ବିଜେଡିର କେହି ଜଣେ ନେତା ଏ ମର୍ଡର କେସରେ ସଂପୃକ୍ତ ଥିବା କହିଛନ୍ତି ତାରାପ୍ରସାଦ ବାହିନୀ ପତି । ଅବସରପ୍ରାପ୍ତ ଜଜଙ୍କୁ ପ୍ରଭାବିତ କରାଯାଇପାରେ,ଏସ୍ଆଇଟି ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours