ନବ ଦାସ ହତ୍ୟାକାରୀ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜିଲ୍ଲା ଦୌରା ଅଦାଲତରେ ଆବେଦନ କଲା କ୍ରାଇମବ୍ରାଞ୍ଚ

ଶବ୍ଦମିଡ଼ିଆ ବ୍ୟୁରୋ:ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏହା ମଧ୍ୟରେ ୨୪ ଦିନ ବିତି ଗଲାଣି।ହତ୍ୟାକାରୀ ଗୋପାଳ ଦାସଙ୍କୁ କ୍ରାଇମ ବ୍ରାଞ୍ଚ ତଦନ୍ତ ପରିସର ମଧ୍ୟରେ ରଖିଥିବା ବେଳେ ତଦନ୍ତ କରୁଛି।ଗୋପାଳ ଦାସ ହତ୍ୟାକାରୀ ସମସ୍ତେ ଜାଣିଥିଲେ ମଧ୍ୟ ହତ୍ୟାକାଣ୍ଡ ପଛରେ କଣ ଉଦେଶ୍ୟ ରହିଛି ଏବଂ ହତ୍ୟାକାଣ୍ଡ ରହସ୍ୟ କଣ ରହିଛି ତାକୁ ଭେଦ କରିପାରି ନାହିଁ କ୍ରାଇମବ୍ରାଞ୍ଚ।ଏହା ମଧ୍ୟରେ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜିଲ୍ଲା ଓ ଦୌରା ଅଦାଲତରେ ପ୍ରାର୍ଥନା କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଆବେଦନ କରିଛନ୍ତି ତଦନ୍ତ ଅଧିକାରୀ।

ସୂଚନାଯୋଗ୍ୟ, ପୂର୍ବରୁ ୨୦ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାନ୍ୟବର ଜେଏମଏଫସି ଅଦାଲତରେ ଏନେଇ ଆବେଦନ କରାଯାଇଥିଲା।କିନ୍ତୁ ଅଦାଲତ ଆବେଦନକୁ ଖାରଜ କରିଥିଲେ।

You May Also Like

More From Author

+ There are no comments

Add yours