Thu. Oct 15th, 2026

ବ୍ରହ୍ମପୁର (୧ ଏପ୍ରିଲ୍, ୨୦୨୨): ବୈମାତୃକ ମନୋଭାବ ବନ୍ଦ୍ କରି ଗଞ୍ଜାମ ଜିଲ୍ଲା ର ବିକାଶ ଓ ବ୍ରହ୍ମପୁର ଠାରେ ନିତିଦିନିଆ ବିମାନ ବନ୍ଦର ରାଜ୍ୟ ସରକାର ତୁରନ୍ତ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଛି। ଏ ନେଇ ଏକ ବିରାଟ ସର୍ବ ଦଳୀୟ ପ୍ରତିିବାଦ ସଭା ଗାନ୍ଧି ନଗର ଛକ ରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଏବଂ ଅନ୍ୟ ସାମାଜିକ ସଂଗଠନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମରେ, ଓଡ଼ିଶାର ସର୍ବ ପୁରାତନ ସହର ଓ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଓ ସମଗ୍ର ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାର ତଥା ପ୍ରଶାସନ ର କ୍ରମାଗତ ବୈମାତୃକ ଓ ଉଦାସୀନତା ମନୋଭାବ କୁ ତୀବ୍ର ବିରୋଧ କରାଯାଇଥିଲା।

ସହରର କଳେବର ୧୯୮୦ ରୁ ବଢ଼ିନି, ରିଙ୍ଗ ରୋଡ ନିର୍ମାଣ ହୋଇପାରିଲା ନାହିଁ, ବ୍ରହ୍ମପୁର Airport ର ସରକାର ନାଁ ନେବାକୁ କୁଣ୍ଠା ବୋଧ୍ କରୁଛନ୍ତି, ହାଇକୋର୍ଟ ବେଞ୍ଚ ହୋଇ ପାରିଲା ନାହିଁ, ଭାରତମାଳା ରାସ୍ତା ପୁରୀ ରୁ ଗୋପାଳପୁର କରାଇ ଦିଆଯାଉ ନାହିଁ କିମ୍ବା ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ କୌଣସି କଳ କାରଖାନା ବା ଅନ୍ୟ ବିକାଶ କାମ ହେଉନାହିଁ।
ତେଣୁ ଏହି ଜିଲ୍ଲା ରୁ ପ୍ରାୟ ୧୫ ରୁ ୨୦ ଲକ୍ଷ ଲୋକ ଜୀବିକା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଆଞ୍ଚଳିକ ବୈଷମ୍ୟ ରାଜ୍ୟର ଭବିଷ୍ୟତ ପାଇଁ ହିତକର ନୁହଁ ବୋଲି ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ ମତ ବ୍ୟକ୍ତ କରିଥିଲେ।

ରାଜ୍ୟ ସରକାର ବ୍ରହ୍ମପୁର ଠାରେ ବିମାନ ବନ୍ଦର ନାଁ ରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଉତ୍କେଳା, ଜୟପୁର, ମାଲକାନଗିରି, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ର ପ୍ରସ୍ତାବ ରାଜ୍ୟ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି।

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଥର ମଧ୍ୟ ପ୍ରସ୍ତାବ ପଠାଇ ନାହାଁନ୍ତି ଓ ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି।
ଯେଉଁ ଜିଲ୍ଲାରୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକ ବାବୁ ୫ ଥର ମୁଖ୍ୟମନ୍ତ୍ରୀ ହେଲେ ସେହି ଜିଲ୍ଲା ପ୍ରତି ଏ ଘୃଣା ଭାବ କାହିଁକି? ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଥିଲେ।

ସାରା ଓଡ଼ିଶା ପାଇଁ ଗୋଟେ ନିୟମ ଓ ବ୍ରହ୍ମପୁର ପାଇଁ ଆଉ ଗୋଟେ ନିୟମ କାହିଁକି? ବୋଲି ବକ୍ତା ମାନେ ପ୍ରଶ୍ନ କରିଥିଲେ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ଓ ଆମରଣ ଅନସନରେ ବସିବାକୁ ଫୋରମ୍ ତରଫରୁ ଚେତାବନୀ ଦିଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ, ମହାସଚିବ ସ୍ଵରାଜ୍ୟ ସାହୁ ଙ୍କ ସହ ସଚିବ V.ସୋମେଶ୍ୱର ରାଓ, ପ୍ରିତୀଷ ପାଣିଗ୍ରାହୀ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ସହସଚିବ ମାନସ ରଞ୍ଜନ ପାତ୍ର, B ଶଙ୍କର ପାତ୍ର, କାର୍ଯ୍ୟକାରୀ ସଦସ୍ୟ Dr. RP ସାହୁ, ପଞ୍ଚାନନ ପ୍ରଧାନ, ବାଳକୃଷ୍ଣ ସାମନ୍ତରାୟ, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ଦିଲ୍ଲିପ ମହାରଣା, ପ୍ରକାଶ ବାଜାନୀ, ଫୋରମ୍ ଉପଦେଷ୍ଟା ରମେଶ ଚନ୍ଦ୍ର ସାହୁ, CPI(M) ରାଜ୍ୟ ସମ୍ପାଦକ ଆଳି କିଶୋର ପଟ୍ଟନାୟକ,
AAP ର ଜିଲ୍ଲା ସଭାପତି ସୁବାସ ରାଉତ, ସମ୍ପାଦକ ମନୋଜ କୁମାର, ପ୍ରଗତିଶୀଳ ଉତ୍କଳ ସମାଜ ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ, OMSA ର Dr. ଶଙ୍କର୍ଷଣ ପାତ୍ର, ସମାଜସେବୀ ଓ ଆଦିତ୍ୟ ବାହିନୀ ର ସୁଷମା ପଣ୍ଡା, Ganjam Chamber of Commerce ର B ସ୍ଵରାଜ୍ୟ ସୁବୁଦ୍ଧି, J ସୁରେଶ, ବହୁମୁଖି ସମାଜ ମଙ୍ଗଳ ର ଧରମା ରାଓ, ସିକ୍ଷାବିଦ୍ ମନୋରଞ୍ଜନ ସାହୁ, ଗଞ୍ଜାମ ବାର ଆସୋସିଏସନ୍ ର ସମ୍ପାଦକ ପ୍ରଦୀପ ବେହେରା, ପ୍ରସିଦ୍ଧ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା, ରାୟଗଡ଼ା ର ସମାଜସେବୀ ତପନ ପାତ୍ର କୁଣ୍ଡୁଲି, HOPE କନ୍ଧମାଳ ର ପଦ୍ମଲୋଚନ ସିଂହ, S A ଅଲ୍ଲୀ, ଓଡ଼ିଶା କଳାକାର ସଂଘ ର ସୁବାଷ ସାହୁ ରୋଷନ୍, ଅନ୍ତ ରାଷ୍ଟ୍ରୀୟ ଓଡ଼ିଆ ସୋସାଇଟି ର ସଭାପତି ସୁଶାନ୍ତ ସାବତ, ସମାଜ ସେବୀ ବବିତା ସାହୁକାର, Advocate ଶ୍ରୀମତି ଅଞ୍ଜଳି ପଟ୍ଟନାୟକ, ପତ୍ରକାର ପ୍ରକାଶ ସାହୁ, ଗଣେଶ ମାର୍କେଟ କମ୍ପ୍ଲେକ୍ସ ର ସଭାପତି ସଦା ପଣ୍ଡା, ସନ୍ତୋଷ କୁମାର, SHEED ର ଚିଫ coordinator MK ରଥ, Gate Bazar committee ଙ୍କ ସମେତ ବହୁ ସଂଖ୍ୟାରେ ODF କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ଓ ସବୁ ରାଜନୈତିକ ଦଳ ପ୍ରତିନିଧି ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *