ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ , ପ୍ରତିକ୍ରିୟା ଦେଲେ ‘ଦେଶ ପାଇଁ ମୁଁ ଜୀବନ ଦେବି’

ଆକ୍ରମଣ ପରେ ପ୍ରତିକ୍ରିୟା ଦେଲେ କେଜ୍ରିୱାଲ । ବିଜେପିକୁ ଟାର୍ଗେଟ କରି ପ୍ରତିକ୍ରିୟା ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ତାଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ହୋଇଥିବା ଆକ୍ରମଣକୁ ନେଇ ତାଙ୍କର ପ୍ରତିକ୍ରିୟା ଆସିଛି । ଗୋଟିଏ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଦେଶ ପାଇଁ ମଧ୍ୟ ଜୀବନ ଦେଇ ପାରିନ୍ତି । ଆମ ଆଦମୀ ପାର୍ଟି କହିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ବିଜେପିର ଲୋକ ଷଡ଼ଯନ୍ତ୍ର କରୁଛନ୍ତି । ଦଳ ପକ୍ଷରୁ କୁହାଯାଇଛି ଯେ ସେମାନେ ନିର୍ବାଚନ ଜିତିପାରିଲେ ନାହିଁ, ସେଥିପାଇଁ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି । ଦିଲ୍ଲୀରେ ଇ-ଅଟୋ ଲଞ୍ଚ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ଯେ କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ନୁହେଁ,ଏହି ଦେଶ ଆବଶ୍ୟକ । ସେ କହିଛନ୍ତି ଯେ ଏଭଳି ଗୁଣ୍ଡାଗର୍ଦି ଦୁନିଆର ସବୁଠୁ ବଡ ପାର୍ଟିକୁ ଶୋଭା ଦେଉନାହିଁ । ଏହା ଦେଶର ଯୁବକମାନଙ୍କୁ ଏକ ଭୁଲ ବାର୍ତ୍ତା ପଠାଏ ।
ବୁଧବାର ଦିନ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ କେଜ୍ରିୱାଲଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଧାନସଭାରେ ଦ କାଶ୍ମୀର ଫାଇଲ୍ସ ଉପରେ କେଜ୍ରିୱାଲଙ୍କ ବୟାନ ପରେ ବିଜେପି କର୍ମୀମାନେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଅନେକ ସ୍ଥାନରେ ବିରୋଧ କରିଥିଲେ । ସେହି କ୍ରମରେ ତାଙ୍କ ଘର ବାହାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଆମ୍ ଆଦମୀ ଦଳର ନେତାମାନେ କହିଛନ୍ତି ଯେ ବିଜେପି କର୍ମୀମାନେ କେଜ୍ରିୱାଲଙ୍କ ଘରେ ଆକ୍ରମଣ କରି ସିସିଟିଭି କ୍ୟାମେରା ଭାଙ୍ଗିଛନ୍ତି । ନୀରବତା ଭାଙ୍ଗି ଦିଲ୍ଲୀ ସିଏମ୍ କହିଛନ୍ତି, ଆମକୁ ମିଶି ଦେଶକୁ ଆଗକୁ ନେବାକୁ ହେବ । ଆମେ ଲଢ଼ି ଲଢ଼ି ୭୫ ବର୍ଷ ହରାଇ ଦେଇଛୁ । ଗୁଣ୍ଡାଗିରିଦ୍ବାରା ଦେଶକୁ ସମୃଦ୍ଧ କରି ହେବନାହିଁ। ଏକବିଂଶ ଶତାବ୍ଦୀର ଭାରତ ପାଇଁ ସମସ୍ତଙ୍କୁ ଶାନ୍ତିଶୃଙ୍ଖଳାରେ କାର୍ୟ୍ୟ କରିବାକୁ ପଡ଼ିବ।
ପୋଲିସ କହିବା ଅନୁସାରେ ଘଟଣା ସମୟରେ କେଜ୍ରିୱାଲ୍‌ ଘରେ ଉପସ୍ଥିତ ନ ଥିଲେ। କେଜ୍ରିୱାଲ୍‌ଙ୍କ ବାସଭବନରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ୮ଜଣ ବ୍ୟକ୍ତିଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି । ଏଥିରେ ଜଡ଼ିତ ଥିବା ଆହୁରି କିଛି ବ୍ୟକ୍ତିଙ୍କୁ ପୋଲିସ୍ ଖୋଜୁଛି। ଏଥିପାଇଁ ଦିଲ୍ଲୀ ୬ଟି ଟିମ୍‌ ନିୟୋଜିତ ଅଛନ୍ତି ।

You May Also Like

More From Author

+ There are no comments

Add yours