ଶ୍ରୀଲଙ୍କାକୁ ସହାୟତା ପାଇଁ ମୋଦିଙ୍କୁ ଭେଟିଲେ ଷ୍ଟାଲିନ

ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଭୀଷଣ ଋପ ଧାରଣ କଲାଣି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିମ । ଜାରି ରହିଥିବା ସଙ୍କଟକୁ ଦେଖି ଶ୍ରୀଲଙ୍କାରେ ଥିବା ତାମିଲମାନଙ୍କୁ ତାମିଲନାଡୁ ସରକାର ଜରୁରୀ ସହୟତା ପ୍ରଦାନ କରିବାକୁ ଆଗ୍ରହୀ ଅଛି । କେନ୍ଦ୍ର ସରକାର ଆବଶ୍ୟକୀୟ ଅନୁମତି ପ୍ରଦାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।ଷ୍ଟାଲିନ କହିଛନ୍ତି, ଜରୁରୀ ଔଷଧ ଓ ଚିକିତ୍ସା ସାମଗ୍ରୀ ଆଦି ପଠାଇବାକୁ ଚାହୁୁଁଛି ତାମିଲନାଡୁ । ଶ୍ରୀଲଙ୍କାର ଉତ୍ତର ଓ ପୂର୍ବାଞ୍ଚଳରେ ଅଧିକାଂଶ ତମିଲ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ସେମାନେ ଏହି ଆର୍ଥିକ ସଙ୍କଟରେ ସର୍ବାଧିକ ପ୍ରଭାବିତ । ସେହିମାନଙ୍କୁ ଏହି ସୟାୟତା ପ୍ରଦାନ କରିବାକୁ ତାମିଲନାଡୁ ସରକାର ଚିନ୍ତା କରୁଛନ୍ତି ।

ଶ୍ରୀଲଙ୍କାରେ ପଳାୟନ ସମସ୍ୟା ମଧ୍ୟ ଆରମ୍ଭ ହୋଇ ସାରିଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଷ୍ଟାଲିନ । ପଳାୟନ ସମସ୍ୟା ଜୋର ଧରିଲେ ଭାରତ ପ୍ରତି ବିପଦ ବଢିପାରେ । ଏନେଇ ସେ ଏକ ସ୍ମାରକପତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା 16 ଶ୍ରୀଲଙ୍କା ନାଗରିକ ଭାରତ ଅଭିମୁଖେ ପଳାୟନ କରିଥିବା ବେଳେ ସେମାନଙ୍କୁ ତାମିଲନାଡୁ ଉପକୂଳରୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି । ସେମାନଙ୍କୁ ରାମନାଥପୁରମରେ ଏକ ଶରଣାର୍ଥୀ କ୍ୟାମ୍ପରେ ଥଇଥାନ କରାଯାଇଛି ।

You May Also Like

More From Author

+ There are no comments

Add yours