Wed. Oct 14th, 2026


ସମାଜ ସେବାରେ ଉତ୍ସର୍ଗ କରିଛ
ନିଜକୁ ଆନନ୍ଦ ମନେ,
ଅଭାବୀ, ମେଧାବୀ, ଅନାଥଙ୍କ ପାଇଁ
ବସିଛ ମାଆ ଆସନେ।
ଯାହାର କେ ନାହିଁ ତୁମେ ତା’ର ଅଛ
ସାଜିଛ ଯଶୋଦା ମାଆ,
ବଣ ମଲ୍ଲି ବଣେ ଝଡ଼ିବା ଆଗରୁ
ହୋଇଛ ତାହାକୁ ସାହା।
ସେବାର ପୂଜାରୀ ତୁମେ ନିବେଦିତା
ସମାଜର ସେବା ପାଇଁ,
ଆପଣା ଶରୀର ଦାନ କରିଛ ହେ
ଜଗତ ମଙ୍ଗଳ ପାଇଁ।
ଶିକ୍ଷାର ଆଲୋକ ତମ ବିନାଶକ
ତୁମେ ତ ବୁଝିଛ ହୃଦେ,
ତେଣୁ ଅସହାୟ ମେଧାବୀ ଛାତ୍ରଙ୍କୁ
ପଢାଅ ଆନନ୍ଦ ବୋଧେ।
ଜୀବନର ପଥେ କେବେ ଥକି ନାହଁ
ଦେଖି ବାଧା ବିଘ୍ନ ଆଗେ,
ଚାଲିଛ ଚାଲୁଛ ନିବେଦିତା ମାଆ
ମହତ କରମ ଦିଗେ।
ତୁମ ଚଲାପଥେ କଣ୍ଟାବି ସାଜିଛି
କୋମଳ ଫୁଲର କଳି,
ଅନ୍ୟଜଣେ ଯଶୋଦା ମାଆ ତୁମେ ଯେ
କିଏ ହେବ ତୁମ ଭଳି?

କାହ୍ନୁ ଚରଣ ଜେନା
କଳାଭୂଷଣ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ଓଡ଼ିଶା

Leave a Reply

Your email address will not be published. Required fields are marked *