ଶବ୍ଦ ଓଡିଶା ବ୍ୟୁରୋ: ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ସରକାରୀ ମେଡ଼ିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ l ଗତକାଲି ବିଳମ୍ବିତ ରାତିରେ ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି l ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଗୋଦାମ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ତା’ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଔଷଧ ଜଳିଯାଇଛି।
ଗତରାତି ପ୍ରାୟ ସାଢ଼େ ୧୧ଟା ବେଳେ ମେଡ଼ିସିନ ଗୋଦାମଟି ହଠାତ୍ ଜଳିବାକୁ ଲାଗିଲା। ନିଆଁ ଏତେ ପ୍ରଖର ଥିଲା ଯେ, ବେଶ୍ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। କିଛି ସମୟ ମଧ୍ୟରେ ନିଆଁର ଝାସ ବଢ଼ିବା ସହ ଏହାର ତ୍ରୀବତା ବି ବଢ଼ିଥିଲା।ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ୭ରୁ ଅଧିକ ଦମକଳ ଗାଡ଼ିକୁ ନିଆଁ ଲିଭା କାର୍ଯ୍ୟର ନିୟୋଜିତ କରାଯାଇଛି। ହେଲେ ଦୀର୍ଘ ୭ ଘଣ୍ଟା ପରେ ସକାଳ ପ୍ରାୟ ୬ଟା ପରେ ନିଆଁ ଲିଭିଥିବା ଜଣାଯାଇଛି।
