Thu. Oct 15th, 2026

ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ବ୍ଲକ ପୁଟ୍ଟା ସିଂ ଗ୍ରାମ ପଞ୍ଚାୟତ ସଦର ମହକୁମା ସ୍ଥିତ ଲାଞ୍ଜିଆ ସୌରା ଉନ୍ନୟନ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି ।  ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ପ୍ରକଳ୍ପ ପ୍ରଶାସକ ଶାନ୍ତିପ୍ରଭା ପ୍ରଧାନ ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l

ଆଜି ମୋଟ 99ଟି ଅଭିଯୋଗ  ଆସିଥିଲା ସେଥି ମଧ୍ୟରୁ32ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ 67ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ଜଣେ ବ୍ୟକ୍ତିଙ୍କୁ 05ହଜାର  ଟଙ୍କା ରେଡ଼କ୍ରସ ପାଣ୍ଠିରୁ  ସହାୟତା ପ୍ରଦାନ କରିଥିଲେ l ବିଳମ୍ବ ବିବାହ ସହାୟତା ରାଶି ଆକାରରେ ଗୋଟିଏ ଦମ୍ପତ୍ତିଙ୍କୁ 20,000ଟଙ୍କା ପ୍ରଦାନ କରିଥିଲେ । ୩ଜଣଙ୍କୁ ତତ୍କାଳ ବିଧ୍ବ ଭତ୍ତା ପ୍ରଦାନ କରିଥିଲେ ।

ଏହି ଅଭିଯୋଗ ଶିବିରରେ ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ମିଶନ, ଡ଼ଃ ଦୟାନିଧି ବାଗ, ଏଡିଏମଓ, ଡ଼ଃ ପୃଷ୍ଟି,ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ, ଅଶୋକ କୁମାର ଶତପଥି, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରଞ୍ଜଳି ପ୍ରଧନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯାଜ୍ଞସେନି ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁରେନ୍ଦ୍ର ଗମାଙ୍ଗ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଏଲ ସନ୍ତୋଷ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ  ଉପସ୍ଥିତ ରହି  ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜିର ଅଭିଯୋଗ ଗୁଡିକରେ ବିଶେଷ କରି ରାସ୍ତା, ପାନୀୟ ଜଳ, ବିଦ୍ୟୁତିକରଣ, ଘର ବାରି ପଟ୍ଟା ପ୍ରଦାନ ନିମନ୍ତେ ଦରଖାସ୍ତ ଆସିଥିବା ଜଣା ପଡ଼ିଥିଲା । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଲାଞ୍ଜିଆ ସୌରା ଉନ୍ନୟନ ଅଧିକାରୀ ଅସୀମା ରାଓ, ଗୁଣପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପୁଟ୍ଟ।ସିଂ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ, ପୁଟ୍ଟ।ସିଂ  ସରପଞ୍ଚ ପ୍ରମୁଖ  ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *