ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ତାଙ୍କରି ଦଳର ନେତ୍ରୀ ସଂଯୁକ୍ତା ମହଲା। ତା’ସହିତ ସେ ପୁଲିସ କମିଶନରଙ୍କୁ ଭେଟି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।ସେ ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। ତେଣୁ ମୋତେ ମୋ ଅଧିକାର ପ୍ରଦାନ କରିବା ତଥା ତାଙ୍କୁ ଦଣ୍ଡ ଦେବା ପାଇଁ ମୁଁ ଥାନାର ଦ୍ୱାରସ୍ଥ ହୋଇଛି।ସଂଯୁକ୍ତା ମହଲା ପୂର୍ବରୁ ୨ ଥର ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ପୁଲିସରେ ଏତଲା ଦେବାକୁ ଯାଇଥିଲେ। ତେବେ ତାଙ୍କୁ ଦଳୀୟ ନେତାମାନେ ବୁଝାସୁଝା କରି ସେଥିରୁ ନିବୃତ୍ତ କରିଥିଲେ। ଏହା ସତ୍ତ୍ୱେ ପରେ ସଂଯୁକ୍ତା ଏତଲା ଦେଇଥିଲେ। ହେଲେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଆଉ ଆଜି ପୁଣି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି।