Thu. Oct 15th, 2026

ଯଶୋଦା ମା ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ, ପ୍ରତିଷ୍ଠା ଦିବସ ଏବଂ ସମାଜସେବୀ ନିବେଦିତା ଲେଙ୍କାଙ୍କ ଜନ୍ମ ଦିବସ ଅବସରରେ ଓ ନବଜ୍ୟୋତି ମହାବିଦ୍ୟାଳୟର ମିଳିତ ପ୍ରୟାସରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଆନୁଷ୍ଠାନିକ ଭାବେ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ପରେ ପରେ ଭୁବନେଶ୍ବର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,ବିଜୁ ମୋ ପରିବାର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ ପ୍ରଶାସକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ,ଜୟ ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସମାଜସେବୀ ଶ୍ରୀ ଦୂର୍ଗା ଚରଣ ସାମନ୍ତରାୟ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅଭିନେତା ଋଷି ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାନ ଉପକାରିତା ସମ୍ପର୍କରେ ସଚେତନ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ରକ୍ତ ଦାନ ପାଇଁ ଆଗେଇ ଆସିବା ପାଇଁ ଆହ୍ୱାନ ମଧ୍ୟ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନବଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ ମହାପାତ୍ର, ସମାଜସେବୀ ସଂଯୁକ୍ତା ମହାରଣା, ଅନୁରାଧା ଦାଶ, ଶୁଭେଦିତା ରାୟ, କ୍ଷଣପ୍ରଭା ପରିଡ଼ା, ପ୍ରଭା ଷଡ଼ଙ୍ଗୀ, ସସ୍ମିତା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମିଶନ ରକ୍ତ ଦାନର ସଦସ୍ୟ ନିରଞ୍ଜନ ପଟ୍ଟନାୟକ, ବିଭୂତି ଭୂଷଣ ସାହୁ, ବିଶିଷ୍ଟ ଟେଲିଭିଜନ ଓ ମଞ୍ଚ ଆଙ୍କର ଶୁଭଜିତ୍ ପଣ୍ଡା ଓ ବିଶିଷ୍ଟ ମଞ୍ଚ ଅଭିନେତା ପ୍ରଫୁଲ୍ଲ କୁମାର ଲେଙ୍କା ଉପସ୍ଥିତି କାର୍ଯ୍ୟକ୍ରମକୁ ସୁନ୍ଦର ଓ ସଫଳ କରିଥିଲେ।

ଯଶୋଦା ମା ଫାଉଣ୍ଡେସନର ସଫଳ ଛାତ୍ର ଛାତ୍ରୀ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ମଧ୍ୟରେ ଆକାଂକ୍ଷା ମହାପାତ୍ର, ଶ୍ରୀକାନ୍ତ ସାହୁ, ରାଜଶ୍ରୀ ପରିଡ଼ା, ଦେବାଶିଷ ପଣ୍ଡା, ରାଜେଶ ଜେନା, ଅପୂର୍ଣ୍ଣା ରାଉତ ମୁଖ୍ୟ ଆକର୍ଷଣ ଥିଲେ। ଯୁବ ସମାଜସେବୀ ପ୍ରତ୍ୟୁଷ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାୟ ୩୮ ୟୁନିଟ ବ୍ଳଡ ସଂଗ୍ରହ କରାଯାଇଥିଲା। ବ୍ଳଡ ବ୍ୟାଙ୍କ୍ ମୁଖ୍ୟ ପରାମର୍ଶଦାତା ତଥା ଅଧ୍ୟକ୍ଷ ଡଃ ଦେବାଶିଷ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ଶେଷରେ କେକ୍ କାଟି ମ୍ୟାଡାମ୍  ନିବେଦିତା ଲେଙ୍କା ଜନ୍ମ ଦିନ ପାଳିବା ସହିତ ସମସ୍ତ ଛାତ୍ର ଛାତ୍ରୀ ଓ ଅତିଥି ମାନେ ମ୍ୟାଡାମଙ୍କୁ ଶୁଭେଚ୍ଛା ବାର୍ତ୍ତା ସହ ଉପହାର ପ୍ରଦାନ କରିଥିଲେ। ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *