Wed. Oct 14th, 2026

ଦେଶର ପ୍ରଥମ ପେପରଲେସ ବିଧାନସଭା ଭାବେ ଇତିହାସ ସୃଷ୍ଟି କରିଛି ନାଗାଲାଣ୍ଡ। ଗତ ଶନିବାର ନାଗାଲାଣ୍ଡ ବିଧାନଭାକୁ ସମୂର୍ଣ୍ଣ ପେପରଲେସ କରାଯାଇଛି। ଏଠାରେ ରାଷ୍ଟ୍ରୀୟ ଇ-ବିଧାନ ପ୍ରକ୍ରିୟାକୁ ଲାଗୁ କରାଯାଇଛି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ବିଟ କରି ସୂଚନା ଦେଇଛନ୍ତି। National e-Vidhan ଯୋଜନା ଅଧୀନରେ ନାଗାଲାଣ୍ଡ ବିଧାନସଭା ସମ୍ପୂର୍ଣ୍ଣ ରୂପେ ପେପରଲେସ ହୋଇଛି। ଯାହାକି ଦେଶର ପ୍ରଥମ ଡିଜିଟାଲ ବିଧାନସଭା ପାଲଟିଛି। ନାଗାଲାଣ୍ଡ ବିଧାନସଭା ସଚିବାଳୟରେ ଚାଲିଥିବା ବଜେଟ୍ ଅଧିବେଶନ ମଧ୍ୟରେ 60 ସଦସ୍ୟ ବିଶିଷ୍ଟ ପ୍ରତ୍ୟେକ ଟେବୁଲରେ ଏକ ଟାବଲେଟ୍ ସଂଯୁକ୍ତ କରାଯାଇଛି। ଗୃହରେ ବିଧାନସଭା ଚାଲିବା ସମୟରେ ସଦସ୍ୟମାନେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିପାରିବେ।

 NeVA ଏନଆଇସି କ୍ଲାଉଡ୍ ହେଉଛି ଏକ କାର୍ଯ୍ୟ-ପ୍ରବାହ ପ୍ରଣାଳୀ। ଯାହା ବାଚସ୍ପତିଙ୍କୁ ଗୃହ ପ୍ରକ୍ରିୟା ସୁରୁଖୁରୁରେ ଚଳାଇବାରେ ଏବଂ ବିଧାନସଭାକୁ ପେପରଲେସ କରିବାରେ ସାହାଯ୍ୟ କରିଥାଏ | NeVA ହେଉଛି ଏକ ଡିଭାଇସ୍ ନିରପେକ୍ଷ ଏବଂ member-focused app ଯାହାକି ସଦସ୍ୟମାନଙ୍କୁ ଯୋଗାଯୋଗର ବିବରଣୀ, ପ୍ରକ୍ରିୟାର ନିୟମ, ବ୍ୟବସାୟ ତାଲିକା, ବିଜ୍ଞପ୍ତି, ବୁଲେଟିନ୍, ବିଲ୍, ପ୍ରଶ୍ନ ଏବଂ ଉତ୍ତର ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରବେଶ କରି ବିଧାନସଭା ଗୃହରେ ଡିଜିଟାଲ ଭାବେ ପରିଚାଳନା କରିବା ନେଇ ଏହାକୁ ପ୍ରସ୍ତୁତ କରାଯାଇଛି।

Leave a Reply

Your email address will not be published. Required fields are marked *