
ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିଶ୍ୱ ଅର୍ଥନୀତି ବଜାରକୁ ଚକିତ କରିଦେଇଛି । ଖାଲି ସେତିକି ନୁହେଁ, ଏହି ଯୁଦ୍ଧ ବିଶ୍ୱବାସୀଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ଭବିଷତରେ ଏହି ଯୁଦ୍ଧରେ ଏକାଧିକ ଦେଶ ସାମିଲ ହୋଇପାରନ୍ତି ।
୨୪ତାରିଖ ସକାଳେ ୟୁକ୍ରେନ ବିରୁଦ୍ଧରେ ରୁଷ ସାମରିକ ଆକ୍ରମଣ ଆରମ୍ଭ କରିଛି। ୧୯୯୧ରେ ରୁଷର ନେତୃତ୍ୱାଧୀନ ସୋଭିଏତ୍ ୟୁନିଅନର ଏକ ଅଂଶ ଥିଲା ୟୁକ୍ରେନ । ଆମେରିକାର ନେତୃତ୍ୱରେ ଥିବା ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ ବା ନାଟୋ ପୂର୍ବ ୟୁରୋପରେ ଦ୍ରୁତ ଗତିରେ ବିସ୍ତାର କରିଥିଲା । ଏହାକୁ ସହି ପାରୁନାହାନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପଡ଼ୋଶୀ ରାଷ୍ଟ୍ରଗୁଡିକୁ ଚେତାବନୀ ଦେଇ ପୁଟିନ କହିଛନ୍ତି ଯେ ଏଥିରେ ହସ୍ତକ୍ଷେପ କରୁଥିବା ଦେଶଗୁଡିକ ଏଭଳି ପରିଣାମ ଭୋଗିବେ ଯାହା ଆଗରୁ କେବେ ଦେଖିନଥିବେ । ୟୁକ୍ରେନ ଉପରେ ଆକ୍ରମଣକୁ ଆମେରିକା ଏବଂ ବ୍ରିଟେନ ସମେତ ପାଶ୍ଚାତ୍ୟ ଶକ୍ତିମାନେ ରୁଷକୁ ଉତ୍ତରଦାୟୀ କରିବେ ବୋଲି ଚେତାବନୀ ଦେଇଛନ୍ତି। କେତେକ ସହଯୋଗୀ ରାଷ୍ଟ୍ର ରୁଷକୁ ସମର୍ଥନ କରିଥିବାବେଳେ ଅନ୍ୟମାନେ ଅଧିକ ସତର୍କତା ଅବଲମ୍ବନ କରିଛନ୍ତି।
ଆମେରିକା

ନାଟୋର ସବୁଠାରୁ ଶକ୍ତିଶାଳୀ ସଦସ୍ୟ ଆମେରିକା । ବିଶ୍ୱରେ କ’ଣ ଘଟୁଛି ଓ କ’ଣ ଘଟିବାକୁ ଯାଉଛି ସବୁର ଚାବି ଆମେରିକା ହାତରେ । ୟୁକ୍ରେନ ନାଟୋ ସଦସ୍ୟ ହେବା ଉଚିତ ନୁହେଁ ବୋଲି ରୁଷର ଦାବିକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ୍ ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ।
ବ୍ରିଟେନ
ବ୍ରିଟେନ ୟୁକ୍ରେନକୁ ସମର୍ଥନ କରେ । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଫେବୃଆରୀ ୨୦୨୨ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟି ଯୁଦ୍ଧର ଭୟାବହତା ସମ୍ପର୍କରେ ରୁଷକୁ ଚେତାବନୀ ଦେଇଥିଲେ। ବ୍ରିଟେନ ମଧ୍ୟ ୟୁକ୍ରେନକୁ ଟ୍ୟାଙ୍କ ବିରୋଧୀ ଅସ୍ତ୍ର ପଠାଇଥିଲା । ଜନସନ କହିଛନ୍ତି ଯେ ସେ ୟୁକ୍ରେନର ରୁଷ ସୀମାନ୍ତରେ ଯୁଦ୍ଧ ବିମାନ ଏବଂ ଯୁଦ୍ଧ ଜାହାଜ ନିୟୋଜନ କରିବାକୁ ଯୋଜନା କରୁଛନ୍ତି। ଜନସନ କହିଛନ୍ତି ୟୁକ୍ରେନ ଉପରେ ଆକ୍ରମଣ କରି ରାଷ୍ଟ୍ରପତି ପୁଟିନ ରକ୍ତପାତ ଏବଂ ବିନାଶର ରାସ୍ତା ବାଛିଛନ୍ତି। ବ୍ରିଟେନ ଏବଂ ଆମର ସହଯୋଗୀମାନେ ଉଚିତ ଜବାବ ଦେବେ।
ଜର୍ମାନ
ଜର୍ମାନୀ ଅଧିକ ସଚେତନ । ଉପାୟ କାରଣ ଚାନସେଲର ଓଲାଫ ସ୍କୋଲଜଙ୍କ ସୋସିଆଲ ଡେମୋକ୍ରାଟ୍ସ ପାରମ୍ପାରିକ ଭାବରେ ରୁଷ ସହିତ ଭଲ ସମ୍ପର୍କ ରଖିଛି । ୟୁରୋପର ବୃହତ୍ତମ ଅର୍ଥନୀତି ନିକଟ ଅତୀତରେ ମସ୍କୋ ସହିତ ବାଣିଜ୍ୟ ଏବଂ ଶକ୍ତି ସମ୍ପର୍କକୁ ବିସ୍ତାର କରିଛି । ରୁଷକୁ ଜର୍ମାନୀ ସହିତ ସଂଯୋଗ କରୁଥିବା ଗୋଟିଏ ପାଇପଲାଇନ ଉପରେ ଜର୍ମାନୀ ବର୍ତ୍ତମାନ କାର୍ୟ୍ୟ ବନ୍ଦ କରି ଦେଇଛି। ୟୁକ୍ରେନ ଆକ୍ରମଣ ପରେ, ରୁଷର ଗ୍ୟାସ ଉପରେ ନିର୍ଭରଶୀଳତା ୟୁରୋପର ବୃହତ ଅର୍ଥନୀତିରେ ବ୍ୟାପକ ପୁନର୍ବିଚାର ହୋଇଛି ।
ୟୁରୋପୀୟ ୟୁନିଅନ୍
ୟୁରୋପୀୟ ୟୁନିଅନର ମୁଖ୍ୟ ଉର୍ସୁଲା ଭନ୍ ଡେର୍ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିଛନ୍ତି ।
ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ୟୁରେପୀୟ ୟୁନିୟନ ନିନ୍ଦା କରି କହିଛି ଏଭଳି ସମୟରେ ଆମର ଚିନ୍ତାଧାରା ୟୁକ୍ରେନର ନିରୀହ ମହିଳା, ପୁରୁଷ ଏବଂ ଶିଶୁଙ୍କ ସହିତ ଅଛି ।
ଚୀନ୍
ରୁଷ ଉପରେ ଆମେରିକାର ବେଆଇନ ପ୍ରତିବନ୍ଧକକୁ ଚୀନ୍ ବିରୋଧ କରିଛି । ୟୁକ୍ରେନ ଉପରେ ତିକ୍ତତା ବୃଦ୍ଧି ପାଇଁ ଚୀନ ଆମେରିକାକୁ ଦାୟୀ କରିଛି। ବାସ୍ତବରେ ଚାଇନା ରୁଷ ଏବଂ ପାଶ୍ଚାତ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚାହୁଁଛି। ଚୀନ କହିଛିଏହି ଆକ୍ରମଣକୁ ସମର୍ଥନ କରିବା ପାଶ୍ଚାତ୍ୟ ଦେଶମାନଙ୍କ ସହ ସମ୍ପର୍କକୁ ଆହୁରି ଖରାପ କରିବ । ସଂଯମତା ରକ୍ଷା କରିବାକୁ ଚୀନ୍ ବିଶ୍ୱ ସମୁଦାୟକୁ ନିବେଦନ କରିଛି ।
ଇଣ୍ଡିଆ
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଥିବା ତିକ୍ତତାକୁ ତୁରନ୍ତ ହଟାଇବାକୁ ଭାରତ ଆହ୍ୱାନ ଦେଇଛି । ସମସ୍ୟାର ସମାଧାନ ପାଇଁ ଭାରତ କୂଟନୈତିକ ସ୍ତରରେ ଦୁଇ ଦେଶ ଆଲୋଚନା କରିବାକୁ ପରାମର୍ଶ ଦେଇଛି । ଦୁଇ ଦେଶ ସଂଯମତା ଓ ସତର୍କତା ଅବଲମ୍ବନ ନକଲେ ଶାନ୍ତି ଏବଂ ନିରାପତ୍ତା କ୍ଷୁର୍ଣ୍ଣ ହୋଇପାରେ ବୋଲି ଭାରତ କହିଛି ।
ପାକିସ୍ତାନ୍
ରୁଷ ୟୁକ୍ରେନ ଉପରେ ଆକ୍ରମଣ କଲାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଟିନଙ୍କ ସହ ସାକ୍ଷାତ ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ୟୁକ୍ରେନରେ ରୁଷର କାର୍ୟ୍ୟକଳାପ ଉପରେ ଆପତ୍ତି ଉଠାଇବା ପ୍ରତ୍ୟେକ ଦାୟିତ୍ୱବାନ ଦେଶର ଦାୟିତ୍ ବୋଲି ଆମେରିକା କହିଛି। ୟୁକ୍ରେନର ପରିସ୍ଥିତି ଏବଂ ଯୁଦ୍ଧକୁ ନେଇ କୂଟନୈତିକ ପ୍ରୟାସ ପାଇଁ ଆମେରିକା ପାକିସ୍ତାନକୁ ନିଜର ଆଭିମୁଖ୍ୟ ସମ୍ପର୍କରେ ଜଣାଇଛି ।
ଇଏସସି
ବୁଲଗେରିଆ, ଇଷ୍ଟୋନିଆ, ଲାଟଭିଆ, ଲିଥୁଆ, ରୋମାନିଆ, ସ୍ଲୋଭାକିଆ ଏବଂ ସ୍ଲୋଭେନିଆ ସୋଭିଏତ୍ ୟୁନିଅନର ଅଂଶ ଥିଲା । ୨୦୦୪ରେ ଏହି ଦେଶଗୁଡିକ ନାଟୋ ସଦସ୍ୟ ହୋଇଥିଲେ। ବାସ୍ତବରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହି ଦେଶଗୁଡିକ ରୁଷିଆର ପରମ ଶତ୍ରୁ ।
ଚେକ୍ ରିପବ୍ଲିକ୍
ଚେକ୍ ରିପବ୍ଲିକ୍ ରୁଷର ଆକ୍ରମଣକୁ ବର୍ବର କାର୍ୟ୍ୟ ବୋଲି କହିଛି । ନିଜର ସହଯୋଗୀ ରାଷ୍ଟ୍ରଙ୍କ ସହ ରୁଷକୁ ଜବାବ ଦେବାକୁ ପ୍ରତିଶୃତି ଦେଇଛି ଚେକ ରିପବ୍ଲିକ ।
ହଙ୍ଗେରି
ହଙ୍ଗେରୀ ପ୍ରଧାନମନ୍ତ୍ରୀ ବିକାଶ ଅର୍ବାନ ପୁଟିନଙ୍କ ସହ ରହିଛି ଘନିଷ୍ଠ ସମ୍ପର୍କ । କିନ୍ତୁ ୟୁକ୍ରେନର ସ୍ୱାଧୀନତା ଏବଂ କାର୍ୟ୍ୟକ୍ଷମତା ହଙ୍ଗେରୀର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ।
-ପୋଲାଣ୍ଡ
ରୁଷର ନୂଆ ସାମ୍ରାଜ୍ୟବାଦକୁ ବିରୁଦ୍ଧ କରିଛି ପୋଲାଣ୍ଡ । ପ୍ରତିଶ୍ରୁତି ଦେଇଛି ୟୁକ୍ରେନକୁ ଇନ୍ଧନ, ଅସ୍ତ୍ରଶସ୍ତ୍ର ଏବଂ ଅର୍ଥନୈତିକ ସହଯୋଗ କରିବ ।
ସିରିଆ, ଭେନେଜୁଏଲା ଏବଂ ରୁଷିଆର ୟୁକ୍ରେନ୍ ଆଲାଇସ୍
-ସିରିଆର ସରକାର ରୁଷକୁ ସମର୍ଥନ ଜଣାଇଛନ୍ତି। ୨୦୧୧ରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରଠାରୁ ପୁଟିନ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇଆସିଛନ୍ତି । ଭେନେଜୁଏଲା ମଧ୍ୟ ପୁଟିନଙ୍କର ଅତି ସହଯୋଗୀ ଭାବରେ ଉଭା ହୋଇଛି। ପୂର୍ବ ୟୁକ୍ରେନରେ ରୁଷର ଦୁଇଟି ଛୋଟ ସହଯୋଗୀ ମଧ୍ୟ ଅଛନ୍ତି, ଡୋନେଟସ୍କ୍ ଏବଂ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ । ସେମାନେ ୟୁକ୍ରେନର ଦୁଇଟି ବିଚ୍ଛିନ୍ନ ରାଜ୍ୟ । କିନ୍ତୁ ରୁଷ ଦ୍ୱାରା ସ୍ୱୀକୃତିପ୍ରାପ୍ତ ।