Wed. Oct 14th, 2026

ରଥ ନିର୍ମାଣର ଦିବସରେ ତିନିରଥର ନିର୍ମାଣକାରୀ ସେବକ ମାନେ ସକାଳ ୮ ଟାରେ ରଥଖଳା ଠାରେ ଉପସ୍ଥିତ ହୋଇ ନିଜ ନିଜର ଉପସ୍ଥାନ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ରଥ ନିର୍ମାଣର ଦିବସରେ ରଥଖଳା ଯନ୍ତାଗାଡ଼ ଠାରେ ତୂମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ପୂଜା ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱ ତଥା ତିନିରଥ ଭୋଇ ସେବକଙ୍କ ସହଯୋଗରେ ସମ୍ପନ୍ନ ହୋଇଅଛି, ଏଥିସହ ତିନିରଥର ତିନି ଗୋଟି ଲେଖାଁଏ ତୂମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ତିନିରଥ ଭୋଇ ସେବକ ମାନେ ସମ୍ପନ୍ନ କରିଛନ୍ତି ।

ଏଥିସହ ଆଜି ତିନିରଥର ମହାରଣା ମାନେ ତିନିରଥ ପାଇଁ ଆବଶ୍ୟକ ଗୁଜ ଚଉପଟ କାର୍ଯ୍ୟ ଶେଷ କରିଛନ୍ତି, (ତାଳଧ୍ୱଜ ରଥର ୧୬ ଗୋଟି, ଦେବଦଳନ ରଥର ୧୨ ଗୋଟି ଏବଂ ନନ୍ଦିଘୋଷ ରଥର ୧୬)। ତିନିରଥର ପର୍ଶ୍ଵଦେବତାଙ୍କ ପାଇଁ ୯/୯ ଗୋଟି ଆସ୍ଥାନ ପ୍ରେମ ବା ଜଳଯନ୍ତ୍ର ନିର୍ମାଣ ଶେଷ ହୋଇଛି। ଏଥି ସହ ଆଜି ତିନିରଥର ମହାରଣାମାନେ ତିନିରଥର ଦୁଇଟି ଲେଖାଁଏ ଯନ୍ତା ପଟାରେ ତିନିଟି ଲେଖାଁଏ ବିନ୍ଧ କାର୍ଯ୍ୟ ସହ ୪/୪ ଗୋଟି କିଳା ନିର୍ମାଣ ଶେଷ କରିଛନ୍ତି। ଏହି ଯନ୍ତା ପଟା ସାହାଯ୍ୟରେ ଚକ ନିର୍ମାଣ ପାଇଁ ଅରରେ ପଇ ପିନ୍ଧା କାର୍ଯ୍ୟ ହୋଇଥାଏ। ଏଥିସହ ତିନିରଥର ମହାରଣା ମାନେ ୫/୫ ଟି ଚକ ପାଇଁ ଆବଶ୍ୟାକ ଅର ଗୁଡିକର ମୁଖ ସାଲ କାର୍ଯ୍ୟ ଶେଷ କରିଛନ୍ତି ।

ତିନି ରଥର ରୂପକାର ସେବକମାନେ ତାଳଧ୍ୱଜ ରଥର ୨ ଗୁଜ, ନନ୍ଦିଘୋଷ ରଥର ୨ ଗୋଟି ଗୁଜ ଏବଂ ଦେବଦଳନ ରଥର ୩ ଗୋଟି ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀରେ ଅସ୍ଥାୟୀ କମାର ଶାଳରେ ତିନିରଥର ୪୨ ତୁମ୍ବ ପାଇଁ ଆବଶ୍ୟକୀୟ ବଳା ତଥା ପନ୍ଦାରି ନିର୍ମାଣ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *