ପାୱାର କାଟିବାକୁ ନେଇ ସସପେଣ୍ଡ ହେବେ ଇଲେକ୍ଟ୍ରିସିଆନ

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଲାଇଟ କଟିବା ଘଟଣା । ବିଶ୍ଵବିଦ୍ୟାଳୟ ଇଲେକ୍ଟ୍ରିସିଆନ ସସପେଣ୍ଡ । ତଦନ୍ତ ପାଇଁ ଗଠନ ହୋଇଛି ୩ ଜଣିଆ କମିଟି । ତଦନ୍ତ ପରେ ଯିଏ ଦାୟୀ ଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ସୂଚନା ଦେଇଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ଅନ୍ଧାର ହୋଇଯାଇଥିଲା । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଉଥିଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଗଲା । ପୋଡିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ମଞ୍ଚରେ ଉପସ୍ଥିତ ଥିଲେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି । ମିଳିଥିବା ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ପାୱାର ଟ୍ରିପ୍ ଥିଲା । ବିଜୁଳି ଚାଲିଯିବା ପରେ ଅଭିଭାଷଣରେ ରାଷ୍ଟ୍ରପତି ବିରତି ଲଗାଇନଥିଲେ।

You May Also Like

More From Author

+ There are no comments

Add yours