ମହାକାଶରେ ସୌର ଝଡ଼

ପୃଥିବୀକୁ ମାଡି ଆସୁଛି ବିପଦ । ଆସନ୍ତା ୨୫ତାରିଖରେ ମହାକାଶରେ ସୃଷ୍ଟି ହୋଇପାରେ ସୌରଝଡ଼ । ପାର୍କର ସୋଲାର ପ୍ରୋବ ସୂର୍ଯ୍ୟଙ୍କ ନିକଟକର ହେବାର ମାସକ ପରେ ଏଭଳି ବତିକ୍ରମ ଘଟିବାକୁ ଯାଉଛି ।

ସୃଷ୍ଟି ହୋଇପାରେ ସୌରଝଡ଼ । ଏକ ଉପଗ୍ରହ ସୂର୍ଯଙ୍କ ସହ ଧକ୍କା ହୋଇପାରେ । ଏହି ଉପଗ୍ରହ ଏବେ ପୃଥିବୀଠାରୁ ୮୫,୨୯,୫୨୩ କିଲୋମିଟର ଦୂରରେ ଅଛି । ଘଣ୍ଟା ପ୍ରତି ୩,୫୯୨ କିଲୋମିଟର ବେଗରେ ସୂର୍ୟ୍ୟ ଆଡକୁ ମାଡି ଆସୁଛି । ନାସା ଏହି ମହାଜାଗତିକ ଗତିବିଧି ଉପରେ ନଜର ରଖିଛି ।
ଇଉଜିନ୍ ପାର୍କରଙ୍କ ନାମରେ ନାମିତ ପାର୍କର ସୋଲାର ପ୍ରୋବ ସୂର୍ଯକୁ ନେଇ ଲାଗିରହିଥିବା ରହସ ଭୋଟ କରିବା ପାଇଁ ନାସା ୨୦୧୮ ରେ ପ୍ରେରଣ କରିଥିଲା । ନାସା କହିଛି, ପାର୍କର ସୋଲାର ପ୍ରୋବ ଘଣ୍ଟା ପ୍ରତି ପ୍ରାୟ ୬,୯୨,୦୧୭ କିଲୋମିଟର ବେଗରେ ସୂର୍ୟ୍ୟ ଚାରିପଟେ ଆଘାତ କରିବ। ଗତବର୍ଷ ଡିସେମ୍ବରରେ ପ୍ରଥମ ମାନବ ନିର୍ମିତ ପାର୍କର ସୋଲାର ପ୍ରୋବ ସୂର୍ୟ୍ୟର ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ଏହି ମହାକାଶଯାନ ସୂର୍ୟ୍ୟଙ୍କଠାରୁ ବାହାରୁଥିବା କଣିକା ଏବଂ ଚୁମ୍ବକୀୟ କ୍ଷେତ୍ରର ନମୁନା ସଂଗ୍ରହ କରିଥିଲା ।

You May Also Like

More From Author

+ There are no comments

Add yours