ହାର୍ଟ କେବେ ସାହାଯ୍ୟ ଆବଶ୍ୟକ କରେ?

ଯେତେବେଳେ ଆମେ ଅଧିକ ଉତ୍ସାହିତ ହେଉ କିମ୍ବା ଭୟଭୀତ ହୋଇପଡୁ ଛାତିରେ କଷ୍ଟ ଅନୁଭବ କରୁ । ଅନିୟମିତ ହୃଦସ୍ପନ୍ଦନ, ଦ୍ରୁତ ଓଜନ ବୃଦ୍ଧି, ଛାତି ଯନ୍ତ୍ରଣା, ଥକାପଣ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଜ୍ୱର, ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ଇତାଦି ସୂଚାଇଦିଏ ଯେ ହାର୍ଟ ସାହାଯ୍ୟ ମାଗୁଛି । ଠିକ ସମୟରେ ସହାଯ ନକଲେ ମାଂସପେଶୀକୁ ରକ୍ତ ଏବଂ ଅମ୍ଳଜାନ ଯୋଗାଉଥିବା କ୍ଷୁଦ୍ର କ୍ଷିଦ୍ର ଶିରାଗୁଡ଼ିକ ସଂକୀର୍ଣ୍ଣ ଏବଂ କଠିନ ହୋଇଯାଏ । ଲୋକର ଗୁରୁତର ହୋଇଯାଏ । ତୁରନ୍ତ ଅପରେସନ‏ ଆବଶ୍ୟକ ହୁଏ । ସାଧାରଣତଃ ଏପରି ଅବସ୍ଥାରୁ ମୁକ୍ତି ପାଇବା ପାଇଁ ଓପନ୍ ହାର୍ଟ ସର୍ଜରୀ ଜରୁରୀ ହୋଇପଡେ ।
ଆଜିକାଲି ଟ୍ରାନ୍ସକାଥେର୍ ଆର୍ଟିକ୍ ଭାଲ୍ ରିପ୍ଲେସମେଣ୍ଟ ବହୁଳ ଭାବରେ ପ୍ରଚଳିତ ହେଉଛି । କାରଣ ଏହା ଏକ ସର୍ବନିମ୍ନ ହାର୍ଟ ପ୍ରତିରୋପଣ ପ୍ରଣାଳୀ । ଏହା ଦ୍ୱାରା ସଂକୀର୍ଣ୍ଣ ଆର୍ଟିକ୍ ଭାଲଭ୍ ବଦଳାଯାଇଥାଏ । ଗୁରୁତର ଆର୍ଟିକ୍ ଭାଲଭ୍ ଷ୍ଟେନୋସିସ୍ ରୋଗୀଙ୍କଠାରେ ବେଳେବେଳେ ବିଫଳ ମଧ୍ୟ ହୋଇଥାଏ । ଯେତେଦୂର ସମ୍ଭବ ଏଟିଭିଆର ଚିକିତ୍ସା ପ୍ରଣାଳୀ ଭାଲ୍ଭୁଲାର୍ ହୃଦ୍ ରୋଗରେ ପୀଡିତ ସମସ୍ତଙ୍କ ପାଇଁ ବ୍ୟବହୃତ ହୁଏ ନାହିଁ । ଯେଉଁମାନେ ସର୍ଜିକାଲ୍ ଆର୍ଟିକ୍ ଭାଲଭ୍ ରିପ୍ଲେସମେଣ୍ଟରୁ ଅଧିକ ବିପଦରେ ଅଛନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଭଲ କାମ କରେ ନାହିଁ । ଟ୍ରାନ୍ସ-କ୍ୟାଥେର୍ ଆର୍ଟିକ୍ ଭାଲ୍ ରିପ୍ଲେସମେଣ୍ଟ (ଏଟିଭିଆର) ନିରାପଦ ଏବଂ ଚିକିତ୍ସାର ସବୁଠାରୁ ପ୍ରଭାବଶାଳୀ ପଦ୍ଧତି । ଡାକ୍ତରମାନେ ସାଧାରଣତଃ କ୍ୟାଥେର୍-ଆଧାରିତ ଆଞ୍ଜିଓପ୍ଲାଷ୍ଟିକୁ ବେଳେ ବେଳେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଧମନୀ ମାଧ୍ୟମରେ ଡାକ୍ତରମାନେ କ୍ୟାଥେର୍ ଥ୍ରେଡ୍ କରନ୍ତି । ଯାହା ଦ୍ୱାରା ଛାତି ଅସ୍ତ୍ରୋପଚାର ନକରି ରୋଗଗ୍ରସ୍ତ ଭାଲଭ୍ ଭିତରେ ଏକ ନୂତନ ଆର୍ଟିକ୍ ଭଲଭ୍ ଲଗାଇଥାନ୍ତି । ସର୍ଜିକାଲ୍ ପଦ୍ଧତି ବ୍ୟତୀତ, ସୁସ୍ଥ ଖାଦ୍ୟ ଖାଇବା, ସକ୍ରିୟ ହେବା, ଶରୀର ଓଜନ ପରିଚାଳନା, ଧୂମପାନ ତ୍ୟାଗ କରିବା, ଚାପ ସ୍ତର ପରିଚାଳନା କରିବା ବ୍ୟତୀତ କୋଲେଷ୍ଟ୍ରଲ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରି ହୃଦରୋଗକୁ ରୋକି ପାରିବା ।

You May Also Like

More From Author

+ There are no comments

Add yours