୨୦୨୧ ଥିଲା ଭାରତର ସବୁଠାରୁ ଉତ୍ତପ୍ତ ବର୍ଷ

ଜଳବାୟୁ ପରିବର୍ତ୍ତନ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି । ଜଙ୍ଗଲ କ୍ଷୟ ଓ ବହୁଳ କୋଠା ନିର୍ମାଣ, କଳାକାରଖାନାରୁ ନିର୍ଗତ ଧୁଆଁ ବାୟୁମଣ୍ଡଳରେ ସୃଷ୍ଟି କରୁଛି ଅଧିକ ଅଙ୍ଗାରକାମ୍ଲ । ଜଳବାୟୁର ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ମଣିଷ ସାମ୍ନା କରୁଛି । ଯେମିତି ୧୯୦୧ ପରେ ଭାରତରେ ୨୦୨୧ ଥିଲା ସବୁଠାରୁ ପଞ୍ଚମ ଉତ୍ତପ୍ତ ବର୍ଷ । ୨୦୨୧ରେ ସର୍ବନିମ୍ନ ତାପମାତ୍ରା ଥିଲା ୪୪ ଡିଗ୍ରୀ ସେଲସିୟସ । ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ ପାଣିପାଗରେ ମଧ୍ୟ ହୋଇଥିଲା ବିରାଟ ପରିବର୍ତ୍ତନ । ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା । ବନ୍ୟା, ବାତ୍ୟା, ପ୍ରବଳ ବର୍ଷା, ଭୂ-ସ୍ଖଳନ,  ବଜ୍ରାଘାତ ପ୍ରଭୃତି ପ୍ର।କୃତିକ ବିପର୍ଯ୍ୟୟରେ ଲୋକଙ୍କ ଜୀବନ ଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ୧୯୦୧ ପରେ ୨୦୧୦, ୨୦୧୬, ୨୦୧୭ ଓ ୨୦୨୧ ଥିଲା ଦେଶର ସବୁଠାରୁ ଉତ୍ତପ୍ତ ବର୍ଷ । ୧୯୬୧ରୁ ୨୦୧୦ ମଧ୍ୟରେ ଯେତେ ବୃଷ୍ଟିପାତ ହୋଇଥିଲା ୨୦୨୧ରେ ସମଗ୍ର ଦେଶରେ ତା’ର ହାରାହାରି ୧୦୫ ପ୍ରତିଶତ ବର୍ଷା ହୋଇଥିଲା । ଏହି ସମୟ ମଧ୍ୟରେ ଦକ୍ଷିଣପୂର୍ବ ମୌସୁମୀ ବାୟୁ ପ୍ରଭାବରେ ସମଗ୍ର ଦେଶରେ ୯୯ପ୍ରତିଶତ ବର୍ଷା ହୋଇଥିଲା ।

୨୦୨୧ରେ ୫ଟି ଭୟଙ୍କର ସାମୁଦ୍ରିକ ଝଡ ସୃଷ୍ଟି ହୋଇଥିଲା । ଭାରତ ମହାସାଗରର ଉତ୍ତରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପ୍ରଭାବରେ ବଙ୍ଗୋପସାଗରରେ ୩ଟି ଓ ଆରବ ସାଗରେ ୨ଟି ସାମୁଦ୍ରିକ ଝଡ ଉପକୂଳ ଆଡକୁ ମାଡିଆସିଥିଲା । ଆଉ ଏହି ସାମୁଦ୍ରିକ ଝଡ ଉଜାଡି ଦେଇଥିଲା ଜନଜୀବନ । ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ହୋଇଥିବା କ୍ଷୟକ୍ଷତି ଏବେ ମଧ୍ୟ କଳନା କରାଯାଇପାରି ନାହିଁ । ହଜାର ହଜାର ଲୋକ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ।

You May Also Like

More From Author

+ There are no comments

Add yours