ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ରାଜନୈତିକ ପରିବେଶ ସରଗରମ । ଦୁଇ କୋଟି ୭୯ଲକ୍ଷ ଭୋଟର ତୃଣମୂଳସ୍ତରରେ ସେମାନଙ୍କର ନେତା ବାଛିବେ। କାହା ସପକ୍ଷରେ କେତେ ଭୋଟର ଅଛନ୍ତି, ପଞ୍ଚାୟତ ଓ ପୌର ନିର୍ବାଚନରୁ ସ୍ପଷ୍ଟ ହୋଇଯିବ । ଅନେକ ବିବାଦୀୟ ପ୍ରସଙ୍ଗକୁ ନେଇ ଚାପରେ ରାଜ୍ୟ ସରକାର । ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଦେବ ଅଗ୍ନି ପରୀକ୍ଷା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନ ସେମିଫାଇନାଲ ବୋଲି କହିପାରିବା । ଅବଶ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ମଧ୍ୟରେ ଥିଲା ଅନେକ ଫରକ । ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସବୁଠାରୁ ବଡ ନିର୍ବାଚନ ବୋଲି କହିପାରିବା । ୨୦୧୭ ତୁଳନାରେ ଏଥର ବିଜେଡି ଓ ପୌର ନିର୍ବାଚନରେ ବିଜେଡିର ପ୍ରଦର୍ଶନ କିଭଳି ରହିବ? ଦଳର ଭୋଟ ପ୍ରତିଶତ ବଢ଼ିବ କି? ବିଜେଡିକୁ ଟକ୍କର ଦେବା ସ୍ଥିତିରେ ବିଜେପି ରହିବ ତ? ୨୦୧୯ ନିର୍ବାଚନ ତୁଳନାରେ ବିଜେପିର ଭୋଟ ପ୍ରତିଶତ ବଢ଼ିବ ନା ଦଳ ପୁଣି ପୁରୁଣା ଟ୍ରାକ୍କୁ ଫେରିଯିବ…
