ହେ ମହାବାହୁ ! ନବୀନଙ୍କୁ ସଦବୁଦ୍ଧି ଦିଅ

ପୁରୀ: ନ୍ୟାୟ ପାଇଁ ଶ୍ରୀଜଗନ୍ନାଥଙ୍କ ପାଖରେ ନିବେଦନ । ଦୀପଜାଳି ପରୀ, ପିହୁ ,ମାନବପ୍ରେମୀ ଆଦିତ୍ୟଙ୍କ ମା’ଙ୍କ ସମେତ ଏକୋଇଶି ପରିବାର କାଳିଆ ଠାକୁରଙ୍କୁ ନିବେଦନ କରିଛନ୍ତି । ମହାବାହୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଦବୁଦ୍ଧି ଦିଅ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୂର୍ଣ୍ଣ ବିପର୍ଯ୍ୟସ୍ତ । ସାଧାରଣ ଲୋକେ ନ୍ୟାୟ ପାଉ ନାହାନ୍ତି । ରାଜ୍ୟରେ ନାରୀ ନିଯାତନା ବଢିଚାଲିଛି । ହେ! ଠାକୁର ମୁଖମନ୍ତ୍ରୀଙ୍କ ଜ୍ଞାନଚକ୍ଷୁ ଖୋଲିଦିଅ । ରାଜ୍ୟବାସୀ ଶାନ୍ତିରେ ନିଶ୍ୱାସ ମାରନ୍ତୁ । ଏହା ହେଉଛି ରାଜ୍ୟ ପୋଲିସ ଠାରୁ ନ୍ୟାୟ ପାଇନଥିବା ୨୧ ପରିବାରର ଶ୍ରୀଜଗନ୍ନାଥଙ୍କ ପାଖରେ ଆକୁଳ ନିବେଦନ । ସେ ମାନବ ପ୍ରେମୀ ଆଦିତ୍ୟ ହେଉ କି ପରି ,ସେ ପିହୁ ହେଉ କି ଇଞ୍ଜିନିୟର ଅମୃତ ଦାସ ସବୁଠି ଫେଲ ମାରିଛନ୍ତି ରାଜ୍ୟ ପୋଲିସ । ସବୁ ପରିବାର ଆଖିରେ ରହିଛି ଲୁହ । ଆଜି ୨୧ ପରିବାର ୨୧ମସିହା ଶେଷ ସମୟରେ ଜଗତରନାଥ ଶ୍ରୀଜଗନ୍ନାଙ୍କ ପାଖରେ ଗୁହାରି କରିଛନ୍ତି । ବଡଦାଣ୍ଡ ରେ ପଦଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ପାଇଁ କାଳିଆ ଆଗରେ ଗୁହାରି କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଗଲାଣି । କେବେ ହତ୍ୟା,ତ କେବେ ଅଙ୍ଗ ତସ୍କରି ,ସବୁଠି ଫେଲ ମାରିଛି ରାଜ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ । କେବେ ସରକାରୀ ଦଳର ନେତାଙ୍କୁ ଘଣ୍ଟ ଘୋଡା ଯାଇଛି ତ କେବେ ମନ୍ତ୍ରୀଙ୍କୁ । ବିରୋଧ ସତ୍ତ୍ୱେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ମୁଖମନ୍ତ୍ରୀଙ୍କ ଅପାରଗତାକୁ ପଦାରେ ପକାଇଛି । ପ୍ରତିଟି କେସ ରେ ପୋଲିସ ଉପରେ ଚାପ ପକାଯାଇଛି । ଥାନାରେ ମାମଲା ରୁଜୁ କରାଯାଉଛି । ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ହତାଶ ହୋଇଛନ୍ତି ପରିବାର । କିଏ ପୁଅ , କିଏ ଝିଅ ତ କିଏ ହରାଇଛି ସ୍ୱାମୀ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ନ୍ୟାୟ ମିଳୁ ନହେଲେ ଇଛମୃତ୍ୟୁ । ରାଜ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ ଉପରେ ଆଉ ଭରସା ନାହିଁ । ସିବିଆଇ କୁ ତଦନ୍ତ ଭାର ଦିଆଯାଉ । ମୁଖ୍ୟମନ୍ତ୍ରୀଙ୍କ ସଦବୁଦ୍ଧି କାମନା ସହ ନ୍ୟାୟ ନମିଳିଲେ ମୃତ୍ୟୁ ମିଳୁ ବୋଲି ପରିବାର ଲୋକମାନେ ଶ୍ରୀଜିଉଙ୍କୁ ନିବେଦନ କରିଛନ୍ତି। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ସଦବୁଦ୍ଧି ପଶୁଛି କି ନାହିଁ , ୨୧ ପରିବାର ସମେତ ମମିତା ଓ ଚିତ୍ତଙ୍କ ପରିବାରକୁ ନ୍ୟାୟ ମିଳୁଛି ନା ନାହିଁ ଦେଖିବାକୁ ବାକି ରହିଲା ।

You May Also Like

More From Author

+ There are no comments

Add yours