ନାସା ରଚିଲା ଇତିହାସ । ପ୍ରଥମ ଥର ପାଇଁ ନାସା ସୌର ମଣ୍ଡଳରେ ପ୍ରବେଶ କରିଛି । ସମଗ୍ର ବିଶ୍ୱରେ ନାସାର ଏହା ନୂତନ ଆବିଷ୍କାର । ଆମେରିକାର ଜିଓଫିଜିକାଲ୍ ୟୁନିଅନ୍ ଏକ ସାମ୍ବାଦିକ ସମ୍ମିଳନୀରେ ନାସାର ସଫଳତା ସମ୍ପର୍କରେ ସବିଶେଷ ତଥ ଦେଇଛି । ପ୍ରଥମ ଥର ପାଇଁ ନାସାର ଏକ ମହାକାଶଯାନ ସୂର୍ୟ୍ୟଙ୍କୁ ସ୍ପର୍ଶ କରିଛି । ନାସାର ପାର୍କର ସୋଲାର ପ୍ରୋବ ସୂର୍ଯ୍ୟ ଉପର ବାୟୁମଣ୍ଡଳ କରୋନା ଏବଂ ଚୁମ୍ବକୀୟ କ୍ଷେତ୍ର ଦେଇ ଉଡିଛି । ନାସାର ମହାକାଶଯାନ ପାର୍କର ସୋଲାର ପ୍ରୋବ ମହାକାଶ ଗବେଷଣାରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି । ୱାଶିଂଟନ୍‌ର ନାସା ମୁଖ୍ୟାଳୟର ସାଇନ୍ସ ମିଶନ ନିର୍ଦ୍ଦେଶାଳୟର ସହଯୋଗୀ ପ୍ରଶାସକ ଥୋମାସ ଜୁରବୁଚେନ କହିଛନ୍ତି ପାର୍କର ସୋଲାର ପ୍ରୋବ ସୂର୍ୟ୍ୟଙ୍କୁ ସ୍ପର୍ଶ କରିବା ମହାକାଶ ବିଜ୍ଞାନ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ । ସୂର୍ୟ୍ୟଠାରୁ ଉତ୍ପନ୍ନ କଣିକାର ପ୍ରବାହ ସୌର ପବନ ସହାୟତାରେ ମହାକାଶରେ ଚୁମ୍ବକୀୟ କ୍ଷେତ୍ର ସଂରଚନା କରେ । ଯାହାକୁ ସୁଇଚ୍ ବ୍ୟାକ୍ କୁହାଯାଏ । ଏହା ସୂର୍ୟ୍ୟଙ୍କ ନିକଟରେ ବହୁତ ସୃଷ୍ଟି ହୋଇଥାଏ । ଏହା କିପରି ଏବଂ କେଉଁଠାରେ ଗଠନ ହୁଏ ଏବେ ମଧ‎ ରହସ୍ୟ ହୋଇ ରହିଛି । ପାର୍କର ସୋଲାର ପ୍ରୋବ ଏବେ ଗୋଟିଏ ସ୍ଥାନକୁ ଚିହ୍ନିବା ପାଇଁ ଯଥେଷ୍ଟ ନିକଟତର ହୋଇଛି । ମେରି ଲାଣ୍ଡର ଲାଓରେଲରେ ଥିବା ଜନ୍ ହପକିନ୍ସ ଆପ୍ଲାଏଡ୍ ଫିଜିକ୍ସ ଲାବୋରୋଟୋରୀରେ ପାର୍କର ପ୍ରୋଜେକ୍ଟ ବୈଜ୍ଞାନିକ ନାଓର ରାଓଫି କହିଛନ୍ତି, ସୂର୍ୟ୍ୟଙ୍କ ନିକଟରେ ଉଡୁଥିବା ପାର୍କର ସୋଲାର ପ୍ରୋବ ବର୍ତ୍ତମାନ ସୌର ବାୟୁମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିଛି । ପାର୍କର ସୋଲାର ପ୍ରୋବ ୨୦୧୮ ରେ ସୂର୍ୟ୍ୟଙ୍କ ରହସ୍ୟ ଅନ୍ୱେଷଣ ପାଇଁ ଯାତ୍ରାରମ୍ଭ କରିଥିଲା । ପୂର୍ବରୁ କୌଣସି ମହାକାଶ ଯାନ ସୂର୍ଯର ଏତେ ନିକଟତ୍ତର ହୋଇପାରି ନଥିଲା । ଯାତ୍ରା ଆରମ୍ଭ କରିବାର ତିନି ବର୍ଷ ପରେ ପାର୍କର ଲକ୍ଷସ୍ଥଳରେ ପହଞ୍ଚି ପାରିଛି ।

      

+ There are no comments

Add yours