ଗଣତନ୍ତ୍ର ପାଇଁ ପରିବାରବାଦ ବିପଦ: ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପ୍ରସଙ୍ଗରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ସାକ୍ଷତକାର ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି। ଗଣମଧ୍ୟାମରେ ପ୍ରତିକ୍ରିୟା ରଖି କ’ଣ ପ୍ରଧାନମନ୍ତ୍ରୀ କହିଛନ୍ତି

  • ପ୍ରତ୍ୟେକ ରାଜ୍ୟରେ ବିଜେପି ଲହର ରହିଛି। ଚଳିତ ବର୍ଷ ଦେଶର ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ​​ମୁଁ ସେଠାରେ ବିଜେପି ଲହର ଥିବା ଦେଖୁଛି। ବିଜେପି ବହୁମତରେ ଜିତିବ। ଏହି ସମସ୍ତ ରାଜ୍ୟର ଲୋକ ଆମକୁ ସେବା କରିବାର ସୁଯୋଗ ଦେବେ।
  • ପଞ୍ଜାବ ଗସ୍ତ କରିବା ଅବସରରେ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ଅବ୍ୟବସ୍ଥା ଉପରେ କିଛି କହିବା ଅନୁଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଅନୁସନ୍ଧାନର ରିପୋର୍ଟ ଆସିବା ପରେ କିଛି କହିବା ଠିକ୍ ହେବ। ମୁଁ ଏହି ପ୍ରସଙ୍ଗରେ ନୀରବତା ଅବଲମ୍ବନ କରିଆସିଛି।
  • ବର୍ତ୍ତମାନ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ କଂଗ୍ରେସ ଦାୟୀ। ମୋତେ ଏବଂ ଅଟଳ ବିହାରୀ ବାଜପେୟୀଙ୍କୁ ଛାଡି଼ ଦେଶର ସମସ୍ତ ପ୍ରଧାନମନ୍ତ୍ରୀ କଂଗ୍ରେସ ସହ ଜଡି଼ତ ଥିଲେ। କଂଗ୍ରେସ ଭଳି ଦଳର କାର୍ଯ୍ୟଶୈଳୀ ଏବଂ ଆଦର୍ଶର ଆଧାର ହେଉଛି ସାମ୍ପ୍ରଦାୟିକତା, ଜାତିବାଦ, ଭାଷାବାଦ, ଆଞ୍ଚଳିକତାବାଦ, ପରିବାରବାଦ ଏବଂ ଦୁର୍ନୀତି। ଯଦି ଏହା ଏହି ଦେଶର ମୁଖ୍ୟ ସ୍ରୋତରେ ରହିଥାଏ, ତାହେଲେ ଦେଶକୁ ଅନେକ କ୍ଷତି ସହିବାକୁ ପଡି଼ବ। 
  • କୋରୋନା ମହାମାରୀରେ ସମସ୍ତେ କହୁଥିଲେ ଯିଏ ଯେଉଁଠି ଅଛନ୍ତି ସେଠାରେ ରୁହନ୍ତୁ। ମାଗଣା ଟିକେଟ୍ ପ୍ରଦାନ କରି ଲୋକଙ୍କୁ ଯିବାକୁ କଂଗ୍ରେସ ଉତ୍ସାହିତ କରିଥିଲା। ଦିଲ୍ଲୀରେ ମଧ୍ୟ ଆମ୍ ଆଦମୀ ପାର୍ଟି ନେତା ବସ୍ତିରେ ଯାଇ ଲୋକଙ୍କୁ କହିଥିଲେ ଆପଣ ଶୀଘ୍ର ଯାଅନ୍ତୁ କାରଣ ଏଠାରେ ଲକଡାଉନ ଲାଗୁ ହେବ।
  • ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମ୍ପର୍କରେ ସଂସଦରେ ରଖିଥିବା ବିବୃତ୍ତି ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ କାହାର ପିତା, ମାତା, କିମ୍ବା ଜେଜେବାପାଙ୍କ ପାଇଁ କିଛି କହି ନାହିଁ। ଦେଶର ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ମୁଁ ତାହା କହିଛି। ମୁଁ କହିଲି ଯେ ଏହା ହେଉଛି ଜଣେ ପ୍ରଧାନମନ୍ତ୍ରୀଙ୍କ ମତ, ସେତେବେଳେ ପରିସ୍ଥିତି କ’ଣ ଥିଲା ଆଉ ବର୍ତ୍ତମାନ ଯେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କର ମତ ରଖୁଛନ୍ତି ସେତେବେଳେ ପରିସ୍ଥିତି କ’ଣ ରହିଛି।
  • ପଞ୍ଜାବ ରାଜନୀତିରେ ବର୍ତ୍ତମାନ ବିଜେପି ସବୁଠାରୁ ବିଶ୍ୱସ୍ତ ଦଳ ଭାବେ ଉଭା ହୋଇଛି। ସାମାଜିକ ଜୀବନର ଅନେକ ବରିଷ୍ଠ ବ୍ୟକ୍ତି, ରାଜନୀତିର ବଡ ନେତା ମଧ୍ୟ ସେମାନଙ୍କ ପୁରୁଣା ଦଳ ଛାଡି ବିଜେପି ହାତ ଧରୁଛନ୍ତି। କ୍ଷୁଦ୍ର ଚାଷୀଙ୍କ ପାଇଁ ଆମେ କରିଥିବା କାର୍ଯ୍ୟର ପ୍ରଭାବ ଏହି ରାଜ୍ୟରେ ଜବରଦସ୍ତ ରହିଛି।
  • ଅଖିଲେଶ ଯାଦବ ଏବଂ ଜୟନ୍ତ ଚୌଧୁରୀଙ୍କ ମେଣ୍ଟ ଉପରେ ଜବାବ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ପୂର୍ବରୁ ସେମାନଙ୍କୁ ରାଜନୈତିକ ମୈଦାନରେ ଖେଳୁଥିବାର ଦେଖିଛୁ। ସେମାନଙ୍କର ଏତେ ଅହଂକାର ଥିଲା ଯେ ସେମାନେ “ଗୁଜୁରାଟ ଗଧ” ଶବ୍ଦ ବ୍ୟବହାର କରିଥିଲେ ଏବଂ ଉତ୍ତର ପ୍ରଦେଶ ଲୋକେ ସେମାନଙ୍କୁ ହିସାବ ଦେଇ ସାରିଛନ୍ତି। ମୁଁ ଯେଉଁ ନକଲି ସମାଜବାଦ ଉପରେ ଚର୍ଚ୍ଚା କରୁଛି ତାହା ତାହା ହେଉଛି ସମ୍ପୂର୍ଣ୍ଣ ପରିବାରବାଦ। ଲୋହିଆଙ୍କ ପରିବାର କେଉଁଠାରେ ଦୃଶ୍ୟମାନ ହେଉଛି? ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ପରିବାର କେଉଁଠାରେ ଦୃଶ୍ୟମାନ ହେଉଛି? ନୀତୀଶ ବାବୁଙ୍କ ପରିବାର କେଉଁଠି ଦୃଶ୍ୟମାନ ହେଉଛି? ମୋତେ ଜଣେ ବ୍ୟକ୍ତି ପତ୍ର ପଠାଇ କହିଥିଲେ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ପରିବାରର ୪୫ ଜଣ ଲୋକ ଅଛନ୍ତି ଯେଉଁମାନେ କୌଣସି କୌଣସି ପଦରେ ଥିଲେ। ସେମାନଙ୍କ ପରିବାରରେ ୨୫ ବର୍ଷ ବୟସରୁ ଅଧିକ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ଦିଆଯାଇଛି।
  • କେତେକ ନେତା ନେତା ସ୍ୱାର୍ଥପରତା ପାଇଁ ବିବିଧତାକୁ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବ୍ୟବହାର କରୁଛନ୍ତି। ବିଗତ ୫୦ ବର୍ଷ ଧରି ସେମାନେ ଏହା କରିଛନ୍ତି। ସେମାନେ ପ୍ରତ୍ୟେକ କଥାରେ ଦେଶକୁ ବିଭାଜନ କରି ରାଜ କରିଛନ୍ତୁ। ଗଣତନ୍ତ୍ର ପାଇଁ ପାରିବାରବାଦୀ ଦଳ ହେଉଛନ୍ତି ଦେଶ ପାଇଁ ସବୁଠୁ ବଡ଼ ବିପଦ। ଯେତେବେଳେ ପରିବାରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଏ ସେତେବେଳେ ଦେଶକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡି଼ଥାଏ। ଯଦି ଏପରି ମାନସିକତା ରହେ ତାହେଲେ ଦେଶର ପ୍ରତିଭା ଆଗକୁ ବଢି ପାରିନଥାଏ। ପ୍ରତିଭାକୁ ସାମ୍ନାକୁ ଆଣିବା ଦେଶ ପାଇଁ ଜରୁରୀ।
  • ବିକାଶ ସବୁଠାରେ ହେବା ଆବଶ୍ୟକ। ଦେଶକୁ ଆଗକୁ ନେବା ପାଇଁ ଏକତା ଆବଶ୍ୟକ। ବିଜେପି ମନ୍ତ୍ର ହେଉଛି, “ସବକା ସାଥ, ସବକା ବିଶ୍ୱାସ”। ମୁଁ ଦୁନିଆ ସାମ୍ନାକୁ ସତ୍ୟ ନେଇଯାଇଥାଏ। ଭାରତ ବର୍ତ୍ତମାନ ବିଶ୍ୱରେ ଆକର୍ଷଣର କେନ୍ଦ୍ର ପାଲଟିଛି। ଆମେ କୋରୋନା ସମୟରେ ବିଶ୍ୱ ସମୁଦାୟକୁ ସାହାଯ୍ୟ କରିଥିଲୁ। ଯାହାର ପରିଣାମ ସ୍ୱରୂପ ବର୍ତ୍ତମାନ ଭାରତ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛି। ବିଜେପି କେବେ ହେଲେ ଏହାର ନୀତି ବଦଳାଇ ନାହିଁ। ବିଜେପି ଦେଶର ଲୋକଙ୍କୁ ବିଶ୍ୱାସ କରେ।
  • ଉତ୍ତର ପ୍ରଦେଶରେ ପ୍ରଥମେ ମାଫିଆ, ଦଙ୍ଗାକାରୀ, ଅପରାଧିଙ୍କୁ ସୁରକ୍ଷା ମିଳୁଥିଲା। ହେଲେ ବର୍ତ୍ତମାନ ଏହି ରାଜ୍ୟରେ ଝିଅ ଅନ୍ଧାରରେ ମଧ୍ୟ ବାହାରିବାକୁ ଭୟ କରେ ନାହିଁ। ଉତ୍ତର ପ୍ରଦେଶ ସରକାର ସ୍ୱଚ୍ଛତାର ସହ କାର୍ଯ୍ୟ କରୁଛନ୍ତି। ରାଜ୍ୟ ନାମରେ ରାଜନୀତି କରିବା ଭୁଲ। ଲୋକଙ୍କ କଲ୍ୟାଣ ପାଇଁ କରାଯାଉଥିବା କାର୍ଯ୍ୟରେ ରାଜନୀତି କରିବା ଦ୍ୱାରା କ୍ଷତି ହୋଇଥାଏ। ଦେଶର ବିବିଧତା ହେଉଛି ଆମର ଶକ୍ତି। ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଏକତ୍ର କରିବାକୁ ହେବ।
  • ବିଜେପି ନିର୍ବାଚନରେ ହାରିବା ପରେ ଜିତିବା ଆରମ୍ଭ କରିଛି। ଆମେ ଅନେକ ପରାଜୟ ଦେଖିଛୁ ଅମାନତ ହରାଇବା ଦେଖିଛୁ। ଜନସଂଘ  ସମୟରେ ଥରେ ନିର୍ବାଚନ ହାରିବା ପରେ ମଧ୍ୟ ମିଠା ବଣ୍ଟନ କରାଯାଉଥିଲା। ଆମେ ହାରିଗଲେ ମିଠା କାହିଁକି ବଣ୍ଟନ କରୁଛୁ? ଏହାର ଜବାବ ରଖି କୁହାଯାଇଥିଲା ଜନସଂଘ ପକ୍ଷରୁ ନିର୍ବାଚନ ଲଢୁଥିବା ୩ ଜଣ ପ୍ରାର୍ଥୀ ଅମାନତ ହରାଇ ନାହାଁନ୍ତି। 

You May Also Like

More From Author

+ There are no comments

Add yours