ୟୁପି ଭୋଟ,ଆଜି ୫୮ ଆସନରେ ପରୀକ୍ଷା

ଉତ୍ତରପ୍ରଦେଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପଶ୍ଚିମ ଭାଗର 11ଟି ଜିଲ୍ଲାରେ 58 ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇ ମାର୍ଚ୍ଚ 7ରେ ସମସ୍ତ ଆସନରେ ମତଦାନ ଶେଷ ହେବ । ସେହିପରି ମାର୍ଚ୍ଚ ୧୦ ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । କମିଶନଙ୍କ ଦ୍ବାରା ପ୍ରଦତ୍ତ କୋଭିଡ ଗାଇଡଲାଇନ ଅନୁପାଳନ ମୁତାବକ ଭୋଟିଂ ପ୍ରକ୍ରିୟା ଶେଷ କରିବା ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ସେହିପରି ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।୧୧ଟି ଜିଲ୍ଲାରେ ୫୮ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ସକାଳ ୭ଟାରୁ ୟୁପିରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ । ଆଜି ଶାମଲୀ, ହାପୁଡ, ଗୌତମବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦସର, ଆଲିଗଡ, ମଥୁରା ଏବଂ ଆଗ୍ରାରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ଜାଟ୍ ଆଧିପତ୍ୟ ଅଞ୍ଚଳରେ ଭୋଟିଂ ଶେଷ କରାଯିବ । ଏନେଇ ସକାଳୁ ବିଭିନ୍ନ ବୁଥରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର ।ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପଶ୍ଚିମ ଭାଗର 11ଟି ଜିଲ୍ଲାରେ 58 ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇ ମାର୍ଚ୍ଚ 7ରେ ସମସ୍ତ ଆସନରେ ମତଦାନ ଶେଷ ହେବ । ସେହିପରି ମାର୍ଚ୍ଚ ୧୦ ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେଉଥିବା ତାଲିକାରେ 9 ମନ୍ତ୍ରୀ ମଧ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଲ ଦେବ ଅଗ୍ରୱାଲ, ଅତୁଲ ଗର୍ଗ, ଚୌଧୁରୀ ଲକ୍ଷ୍ମୀ ନାରାୟଣ, ଜିଏସ ଧର୍ମେଶ, ଅନୀଲ ଶର୍ମା, ଦୀନେଶ ଖଟିକ । ।

You May Also Like

More From Author

+ There are no comments

Add yours