ନୂୂଆଦିଲ୍ଲୀ: ସଂସଦରେ ଚଳିତବର୍ଷର ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହିି ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୩୯ ଳକ୍ଷ ୪୫ ହଜାର କୋଟି ବ୍ୟୟବରାଦ କରାଯାଇଛି । କୃଷି, ଶିକ୍ଷା, ପ୍ରତିରକ୍ଷା, ଭିତ୍ତିଭୂମି, ଯୋଗାଯୋଗ, ବାଣିଜ୍ୟ ବିଭିନ୍ନ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଯାଇଛି ।
ବଜେଟ ମୁଖ୍ୟାଂଶ
ଚଳିତ ଅ।ର୍ଥିକ ବର୍ଷରେ ବିକାଶର ହାର ୯.୨ ପ୍ରତିଶତ ରହିଛି
ଏହି ବଜେଟ ଆଗାମୀ ୨୫ ବର୍ଷର ବ୍ଲୁପ୍ରିଣ୍ଟ
୩୦ ଲକ୍ଷ ଚାକିରି ସୃଷ୍ଟି କରିବା ଲକ୍ଷ୍ୟ ରହିଛି
ଏଲଆଇସି, ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ
ଖୁବଶୀଘ୍ର ଆସିବ ଏଲଆଇସି ଆଇପିଓ
ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କାମ ସରିଛି
ଭିତ୍ତିଭୂମି ବିକାଶ ପାଇଁ ୨୦ ହଜାର କୋଟି
ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ
୩ ବର୍ଷରେ ନିର୍ମାଣ ହେବ ୧୦୦ଟି ଗତି ଶକ୍ତି କାର୍ଗୋ ଟର୍ମିନାଲ
ବର୍ଷକୁ ୨୫ ହଜାର କିଲୋମିଟର ରାଜପଥ ନିର୍ମାଣ ଲକ୍ଷ୍ୟ
ଚାଷୀଙ୍କୁ ମିଳିବ ଡିଜିଟାଲ ସେବା
କେମିକାଲ ମୁକ୍ତ କୃଷିକୁ ଦିଆଯିବ ପ୍ରୋତ୍ସାହନ
ଏମଏସପି ଦ୍ୱାରା ଚାଷୀଙ୍କ ଠାରୁ ରେକର୍ଡ କ୍ରୟ କରାଯିବ
ଏମଏସପି ବାବଦରେ ଚାଷୀଙ୍କୁ ୨.୩ଲକ୍ଷ କୋଟି ଟଙ୍କା
୫ଟି ନଦୀର ହେବ ସଂଯୋଗୀ କରଣ
୬୦ କିଲୋମିଟର ଲମ୍ବା ୮ଟି ନୂଆ ରୋପ ୱେ ତିଆରି ହେବ
ଜଳସେଚନ ପାଇଁ ୪୪ ହଜାର ୫ ଶହ କୋଟି
୩ବର୍ଷରେ ଆସିବ ୪ଶହ ବନ୍ଦେଭାରତ ଟ୍ରେନ
ଦକ୍ଷତା ବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଗୁରୁତ୍ତ୍ୱ
ଅନଲାଇନ ଶିକ୍ଷା ପାଇଁ ପିଏମ-ଇ ବିଦ୍ୟା କାର୍ଯ୍ୟକ୍ରମ
ପିଏମ-ଇ ବିଦ୍ୟା ପାଇଁ ୨୦୦ ନୂଆ ଚ୍ୟାନେଲ
ଆଇଆଇଟି ପିଲାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ
ଡିଜିଟାଲ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେବ
ପ୍ରଥମରୁ ଦ୍ୱାଦଶ ଯାଏଁ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ
୨ଲକ୍ଷ ଅତ୍ୟାଧୁନିକ ଅଙ୍ଗନବାଡି କେନ୍ଦ୍ର ତିଆରି ହେବ
ସ୍କୁଲର ସବୁ ଶ୍ରେଣୀ ଗୃହରେ ଲାଗିବ ଟିଭି
୨୦୨୨-୨୩ ଆବାସ ଯୋଜନାରେ ଦିଆଯିବ ୮୦ ଲକ୍ଷ ଘର
ଗରିବଙ୍କ ନୂଆ ଘର ପାଇଁ ଖର୍ଚ୍ଚ ହେବ ୪୮ ହଜାର କୋଟି
‘ହର ଘର ନଳ’ ଯୋଜନାରେ ୬୦ ହଜାର କୋଟି
‘ହର ଘର ନଳ’ ଯୋଜନାରେ ୫କୋଟି ୫୦ ଲକ୍ଷ ଘରକୁ ମିଳିବ ସୁବିଧା
ଡାକଘରେ ମିଳିବ ଅତ୍ୟାଧୁନିକ କୋରବ୍ୟାଙ୍କିଂ ସେବା
ଡାକଘରେ ମିଳିବ ଏଟିଏମ ସୁବିଧା
ଇ-ପାସପୋର୍ଟ ବ୍ୟବସ୍ଥା ଜାରୀ କରାଯିବ
ଲୋକଙ୍କୁ ବିଦେଶ ଯାତ୍ରା ହେବ ସୁଗମ
ଆର୍ଥିକ ବର୍ଷ ୨୦୨୨ ପାଇଁ ଜିଡିପି ଅଭିବୃଦ୍ଧି ହାର 9.2%କୁ ବୃଦ୍ଧି ଲକ୍ଷ୍ୟ । ଯାହା ବୃହତ ଅର୍ଥନୀତିରେ ସର୍ବାଧିକ ।
ଆତ୍ମନିର୍ଭର ଭାରତ ଅଭିଯାନରେ ୬ କ୍ଷେତ୍ରକୁ ବିଶେଷ ଗୁରୁତ୍ବ । ୬ ମିଲିୟନ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ । ବ୍ୟୟବରାଦ ୧୯୫୦୦ କୋଟି ।
ଡିଜିଟାଲ ଇକୋନୋମିକୁ ପ୍ରୋତ୍ସାହନ ।
ଦେଶର ୭୫ ଜିଲ୍ଲାରେ ଆରମ୍ଭ ହେବ ୭୫ ଡିଜିଟାଲ ବ୍ୟାକିଂ ସିଷ୍ଟମ ।
ପୋଷ୍ଟ ଅଫିସରେ ଆରମ୍ଭ ହେବ କୋର ବ୍ୟାକିଂ ସର୍ଭିସ ।
ଦେଶରେ ଯୋଗାଯୋଗ ଓ ଗମନାଗମନକୁ ବଳ ଦେବ ପିଏମ ଗତିଶକ୍ତି ଯୋଜନା । ୭ ସୂତ୍ରୀ ଯୋଜନାରେ ଗମନା ଗମନ କ୍ଷେତ୍ରରେ ବିପ୍ଳବ ଆଣିବାକୁ ପ୍ରୟାସ । ବିକଶିତ ହେବ ୨୦୦୦ କିମି ରେଳପଥ । ୨୦୨୩ ସୁଦ୍ଧା ୨୫ ହଜାର କିମି ରାଜପଥ ନିର୍ମାଣ ସାରିବାକୁ ଲକ୍ଷ୍ୟ ।
୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତିଷ୍ଠା ହେବ ମଲ୍ଟିମୋଡାଲ ଲଜିଷ୍ଟିକ ପାର୍କ । ପିପିପି ମୋଡରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ।
ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ (ECLGS) ଅବଧି ୨୦୨୩ କୁ ବୃଦ୍ଧି । ଖର୍ଚ୍ଚ ହେବ ୫୦ ହଜାର କୋଟି ।
ପିଏମ ଆବାସ ଯୋଜନା (PM Awas yojana) ଅଧିନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ 8 ମିଲିୟନ୍ ନୂତନ ବାସଗୃହ ନିର୍ମାଣ ଲକ୍ଷ୍ୟ ।
ଗହମ ଏବଂ ଧାନ ଚାଷୀଙ୍କୁ 2.37 ଟ୍ରିଲିୟନ୍ ମୂଲ୍ୟର ସିଧାସଳଖ MSP ପ୍ରଦାନ ଲକ୍ଷ୍ୟ ।
MSME କ୍ଷେତ୍ର ପାଇଁ 2 ଟ୍ରିଲିୟନ ଆଉଟଲେଟ, 13 ଏମଏସଏମଇ ପାଇଁ ଅତିରିକ୍ତ ଋଣ ବ୍ୟବସ୍ଥା ।
ଆର୍ଥିକ ବର୍ଷ ୨୦୨୩ରେ PM ହାଉସିଂ ସ୍କିମ ଅଧୀନରେ 48,000 କୋଟିର ବ୍ୟୟବରାଦ ଯୋଜନା । ଉତ୍ତର-ପୂର୍ବର ବିକାଶ ପାଇଁ 1,500 କୋଟିର ବ୍ୟୟବରାଦ । ଡିଜିଟାଲ ଇନଫ୍ରାକୁ ପ୍ରୋତ୍ସାହିତ କରିବା ପାଇଁ ଲାଗୁ ହେବ ଦେଶ ଷ୍ଟକ ଇ ପୋର୍ଟାଲ ।
2 ବର୍ଷ ମଧ୍ୟରେ ଅପଡେଟ୍ ରିଟର୍ଣ୍ଣ ଫାଇଲ କରିବାକୁ ନୂତନ ବ୍ୟବସ୍ଥା ।
କୋପରେଟିଭ ସୋସାଇଟି ପାଇଁ ବିକଳ୍ପ ସର୍ବନିମ୍ନ ଟିକସ 18.5% ରୁ 15% କୁ ହ୍ରାସ ।
ରାଜ୍ୟ ସରକାରଙକ କର୍ମଚାରୀଙ୍କ ପାଇଁ ଟିକସ ରିହାତି ସୀମା NPSକୁ 10% ରୁ 14% କୁ ବୃଦ୍ଧି କରାଯାଇଛି । କର୍ପୋରେଟ୍ ଟ୍ୟାକ୍ସ ଉପରେ ସରଚାର୍ଜ 12% ରୁ 7% କୁ ବୃଦ୍ଧି । ଦୀର୍ଘକାଳୀନ ପୁଞ୍ଜି ଲାଭ ଟ୍ୟାକ୍ସ ସ୍ଥାନାନ୍ତର ଉପରେ 15% ବୃଦ୍ଧି ।
ମାର୍ଚ୍ଚ 2023 ପର୍ଯ୍ୟନ୍ତ ଷ୍ଟାର୍ଟ ଅପ୍ ପାଇଁ ଟିକସ ଛାଡ ।
ଜାନୁଆରୀ 2022 ପାଇଁ ମୋଟ ଦ୍ରବ୍ୟ ଓ ସେବାକର( GST) ସଂଗ୍ରହରେ ରେକର୍ଡ । 1.41 ଟ୍ରିଲିୟନ ଛୁଇଁଛି ଚଳିତ ମାସର ସଂଗ୍ରହ ।
ଆୟକରରେ ନାହିଁ କୌଣସି ପରିବର୍ତ୍ତନ ।
ବୈଦ୍ୟୁତିକ ଯାନଗୁଡିକ ପାଇଁ ଆସିବ ବ୍ୟାଟେରୀ ସ୍ବାଇପିଂ ନୀତି ।
ପୁଞ୍ଜି ସାମଗ୍ରୀର ଆମଦାନୀ ଉପରେ ରିହାତି ଦେୟ ପର୍ଯ୍ୟାୟକ୍ରମେ ଶେଷ କରିବାକୁ ନିଷ୍ପତ୍ତି ।
ପଲିସି ହୋଇନଥିବା ହୀରା ଉପରେ ଡ୍ୟୁୁଟି ଚାର୍ଜ 5% କୁ ହ୍ରାସ କରିବାକୁ ନିଷ୍ପତ୍ତି ।

