ଟିକସଦାତା ନିରାଶ,ଆୟକର ସୀମା ଅପରିବର୍ତ୍ତିତ

ନୂଆଦିଲ୍ଲୀ : ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । କିନ୍ତୁ ବଜେଟରେ ନିରାଶ ହୋଇଛନ୍ତି ଟିକସଦାତା । ଟିକସଦାତାଙ୍କୁ ସରକାର କୌଣସି ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି । ଏପରିକି ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ସରକାର ବୃଦ୍ଧି କରିନାହାଁନ୍ତି ।ଏଭଳି ନିଷ୍ପତ୍ତିରେ ଚାକିରିଆ ନିରାଶ ହୋଇଛନ୍ତି । ବର୍ତ୍ତମାନ ଦରମା ନେଉଥିବା ଟିକସ ଦାତା ହତାଶ ହୋଇଛନ୍ତି । ଏବେ ଦରମାପ୍ରାପ୍ତ ଟିକସଦାତାଙ୍କୁ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିଥାଏ । ସେହିପରି ବଜେଟରେ ଟିକସଦାତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଟିକସ୍ ସ୍ଲାବ ବା ସୀମା ଅପରିବର୍ତ୍ତିତ ରହିଛି । ପୂର୍ବରୁ ମଧ୍ୟବିତ୍ତ ବର୍ଗ ସ୍ଲାବରେ ପରିବର୍ତ୍ତନ ସହ ଷ୍ଟାଣ୍ଡାର୍ଡ ଡିଡକ୍ସନ ପାଇଁ ଲଗାତର ଦାବି କରୁଥିଲେ । ଚଳିତ ବର୍ଷର ବଜେଟରେ ଆୟକର ଛାଡ ସୀମାକୁ ଅପରିବର୍ତ୍ତିତ ରଖାଯାଇଛି । ଅର୍ଥାତ ଆୟକର ଛାଡ ସୀମାରେ କୌଣସି ପ୍ରକାର ପରିବର୍ତ୍ତନ ଏଥର ଦେଖିବାକୁ ମିଳିନି ।

ଆଉ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ କୌଣସି ପରିବର୍ତ୍ତନ କରିନାହାଁନ୍ତି କେନ୍ଦ୍ର ସରକାର । ତେଣୁ ବାର୍ଷିକ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦାତାଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ହେଲେ ବାର୍ଷିକ ଅଢେଇ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡିବ । ତେବେ ଅଢେଇ ଲକ୍ଷରୁ ୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ୫ ପ୍ରତିଶତ ଧାର୍ଯ୍ୟ ହୋଇଥିବାବେଳେ ଅନ୍ୟ ବର୍ଗ ପାଇଁ ଭିନ୍ନ ଭିନ୍ନ ଆୟକର ରହିଛି ।  ଅନ୍ୟପଟେ କର୍ମଚାରୀଙ୍କ ପେନସନରେ ଟିକସ ଛାଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାସହ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ଟିକସକୁ କୋହଳ କରାଯାଇଛି 

You May Also Like

More From Author

+ There are no comments

Add yours