Thu. Oct 15th, 2026

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ଗରିବଙ୍କ ପାଇଁ ହୋଇଛି ବଡ ଘୋଷଣା। ସରକାର ପିଏମ ଆବାସ ଯୋଜନାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ୨୦୨୨-୨୩ରେ ଗରିବ ଲୋକଙ୍କ ପାଇଁ ୮୦ ଲକ୍ଷ ଘର ନିର୍ମାଣ କରାଯିବ। ଲୋକଙ୍କୁ ସମସ୍ତ ମୌଳିକ ସୁବିଧାରେ ଉପଲବ୍ଧ ପକ୍କା ଘର ଦେବା ପାଇଁ ସରକାର ବଜେଟ୍‌ରେ ୪୮,୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି।ସରକାର ଆବାସ ଯୋଜନା ଜରିଆରେ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦ୍ଵାରା କାମ ସରଳ ଏବଂ ସମୟପଯୋଗୀ ହୋଇ ପାରିବ। ସହଜରେ ପୁଞ୍ଜି ସଂଗ୍ରହ ପାଇଁ ସରକାର ବିତ୍ତୀୟ କ୍ଷେତ୍ରର ନିୟାମକଙ୍କ ସହିତ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ବର୍ଷରେ ୮୦ ଲକ୍ଷ ପକ୍କା ଘର ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଭିତରେ ପିଏମ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ଏ ପର୍ଯ୍ୟନ୍ତ ୧,୯୭,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ କେନ୍ଦ୍ର ସରକାର ୧,୪୪,୧୬୨ କୋଟି ଟଙ୍କା ବହନ କରିଥିଲେ। ମୋଦୀ କ୍ୟାବିନେଟ୍ ଦ୍ଵାରା ପିଏମ ଆବାସ ଯୋଜନାର ଅବଧି ବୃଦ୍ଧି କରାଯାଇଛି। ଏଥିପାଇଁ ୨ ଲକ୍ଷ ୧୭ ହଜାର ୨୫୭ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି।

Leave a Reply

Your email address will not be published. Required fields are marked *