ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବଜେଟ ୨୦୨୨-୨୩ରେ କେନ୍ଦ୍ର ସରକାର ଇ-ବିଦ୍ୟା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି । କୋଭିଡ଼ କାରଣରୁ ଆନୁଷ୍ଠାନିକ ଶିକ୍ଷା ବାଧାପ୍ରାପ୍ତ ହୋଇଥିବା କାରଣରୁ ଏହାର କ୍ଷତିପୂରଣ ପାଇଁ ଗୋଟିଏ-ଶ୍ରେଣୀ ଗୋଟିଏ-ଟିଭି ଚ୍ୟାନେଲ  ଓ୍ବାନ କ୍ଲାସ ଓ୍ବାନ ଟିଭି ଚ୍ୟାନେଲ  ଆରମ୍ଭ ହେବ । ଏହା ଜରିଆରେ ଲୋକଙ୍କୁ ସପ୍ଲିମେଣ୍ଟାରୀ ଶିକ୍ଷାଦାନ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଗୋଟିଏ-ଶ୍ରେଣୀ ଗୋଟିଏ-ଟିଭି ଚ୍ୟାନେଲ କାର୍ଯ୍ୟକ୍ରମ ଜରିଆରେ ୧୨ରୁ ୨୦୦ ପର୍ଯ୍ୟନ୍ତ ଟିଭି ଚ୍ୟାନେଲର ସଂଖ୍ୟା ବଢାଯିବ । ଏହା ସମସ୍ତ ରାଜ୍ୟରେ କାର୍ଯ୍ୟ କରିବ । ସମସ୍ତ ରାଜ୍ୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ନିଜ ନିଜ ଆଞ୍ଚଳିକ ଭାଷାରେ ଏହି ଚ୍ୟାନେଲ ମାଧ୍ୟମରେ ଶିକ୍ଷାଦାନ ଦିଆଯିବ । ସ୍କୁଲର ସବୁ ଶ୍ରେଣୀଗୃହରେ ଟିଭି ଲଗାଯିବ । ଏହାସହିତ ୨ ଲକ୍ଷ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ର ତିଆରି ହେବ । ସକ୍ଷମ ଯୋଜନାରେ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ ହେବ ।

ପିଏମ ଇ-ବିଦ୍ୟା ମାଧ୍ୟମରେ ଏହି ୨୦୦ ନୂଆ ଚ୍ୟାନେଲ ଖୋଲାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏହାସହ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଡ୍ରୋନ ଟ୍ରେନିଂ ଦିଆଯିବ । ଡିଜିଟାଲ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ । ସ୍କୁଲର ସବୁ ଶ୍ରେଣୀଗୃହରେ ସିସିଟିଭି ଲାଗିବ । ମହାମାରୀ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ପ୍ରଭାବ ପଡିଥିବାରୁ ଏହାକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ

ଆରମ୍ଭ ହେବପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା

ଟିଭି ଜରିଆରେ ହେବଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨ଶହ ଚ୍ୟାନେଲ ହେବ

ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ଟିଭି

୨ ଲକ୍ଷ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ର ତିଆରି ହେବ

ପିଏମ ଇ-ବିଦ୍ୟା ପାଇଁ ୨୦୦ ନୂଆ ଚ୍ୟାନେଲ

ଆଇଟିଆଇ ପିଲାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ

ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ

You May Also Like

More From Author

+ There are no comments

Add yours