ସୁପ୍ରିମକୋର୍ଟ ଯିବେ ଦାରା ସିଂ

କେନ୍ଦୁଝର(ଶବ୍ଦ ଓଡିଶା ବ୍ୟୁରୋ) ସୁପ୍ରିମକୋର୍ଟ ଯିବେ ଦାରା ସିଂ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ମନୋହରପୁର ଠାରେ ମିଶନାରୀ ଗ୍ରହାମ୍ସ ଷ୍ଟେନ୍ସ, ତାଙ୍କ ଦୁଇ ଶିଶୁପୁତ୍ର ଟିମୋଥି ଓ ଫିଲିପ୍ସିଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ ନିଜର ମୁକ୍ତି ପାଇଁ ସୁପ୍ରିକୋର୍ଟ ଯିବେ । କେନ୍ଦୁଝର ଜେଲରେ ଆଜୀବନ ସଜ୍ଜା କାଟିସାରିବା ପରେ ମଧ୍ୟ ସେ ସାତ ବର୍ଷ ଅଧିକରୁ ସମୟ ଜେଲରେ ରହିଲେଣି । ତାଙ୍କୁ ମୁକୁଳେଇବା ପାଇଁ କେନ୍ଦୁଝର ଜେଲରେ ପହଞ୍ଚିଥିଲେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ଼ଃ ଏପି ସିଂ ଓ ଧର୍ମରକ୍ଷକ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜେନା। ଏମାନେ ଦିଲ୍ଲୀରୁ ଆସି କେନ୍ଦୁଝର ଜେଲରେ ଦାରା ସିଂ କୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ । ପରେ ସେମାନେ ଦାରସିଂଙ୍କଠାରୁ କିଛି ଦସ୍ତାବିଜ ନେଇଛନ୍ତି । ଦାର ସିଂ ମଧ୍ୟ ଓକିଲାତିନାମାରେ ଦସ୍ତଖତ କରିଛନ୍ତି।
୧୯୯୮ ସେପଟେମ୍ବର ୧୫ରେ ମୟୂରଭଞ୍ଜ ଜିଲ୍ଲା ଗୋଡଭଙ୍ଗା ଘାଟିରେ ଏକ ଗୋରୁ ବୋଝେଇ ଗାଡିର ଡ୍ରାଇଭର ସେଖ୍ ଇମାମଙ୍କୁ କଠୋର ହିନ୍ଦୁବାଦୀ ନେତା ଦାରା ସିଂ ଓ ତାଙ୍କ ସମର୍ଥକମାନେ ନିସ୍ତୁକ ପିଟିଥିଲେ । ଗୁରୁତର ଇମାମଙ୍କର କଟକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଏହ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ମୟୂରଭଞ୍ଜ ଜିଲ୍ଲାଜଜ୍ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କ ଜାମିନ୍ ମଞ୍ଜୁର କରିଥିଲେ । କିନ୍ତୁ ଦାରା ସିଂଙ୍କ ସମତେ ୪ଜଣଙ୍କୁ ସର୍କଲ ଜେଲକୁ ପଡାଇ ଦେଇଥିଲେ । ଏହି ଘଟଣାର ଠିକ୍ ବର୍ଷକ ପରେ ଦାରାସିଂଙ୍କ ବିରୋଧରେ ଆସିଥିଲା ସଙ୍ଗିନ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମନୋହାରପୁରରେ ଅଷ୍ଟ୍ରେଲୀୟ ସିଶନାରୀ ଗ୍ରାହାମଷ୍ଟେନ୍ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କ ଏକ ଗାଡ଼ିରେ ଶୋଇଥିଲେ । ୧୯୯୯ ଜାନୁୟାରୀ ୨୨ ବିଳମ୍ବିତ ରାତିରେ ଦାରାସିଂ ଓ ତାଙ୍କ ସମର୍ଥକମାନେ ଗାଡିରେ ନିଅାଁ ଲାଗାଇ ଦେଇଥିଲେ । ଗାଡ଼ି ସମେତ ୩ଜଣ ପୋଡିଯାଇଥିଲେ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ସେହି ବର୍ଷ ଜାନୁଆରୀ ୩୧ରେ ଦାରାସିଂଙ୍କୁ ଜଙ୍ଗଲରୁ ପୋଲିସ ଗିରଫ କରିଥିଲା । ୧୯୯୯ ଏପ୍ରିଲ ୨୩ରେ ରାଜ୍ୟ ସରକାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୧୯୯୯ ମେ ୫ ରେ ରାଜ ସରକାର ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲେ । ସିବିଆଇ ଦାରାସିଂଙ୍କୁ ଆଜୀବନ କାରାଦଣ୍ଡାଦେଶ ଗୁଣାଇଥିଲେ । ଏହି ଦଣ୍ଡାଦେଶ ଉପର କୋର୍ଟ ମଧ୍ୟ କାଏମ ରଖିଥିଲେ ।

You May Also Like

More From Author

+ There are no comments

Add yours