ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ନିଆରା ପ୍ରୟାସ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ହରେକୃଷ୍ଣ ବସ୍ତିରେ କୁନି କୁନି ପିଲାଙ୍କୁ ନେଇ ବର୍ଣ୍ଣବୋଧ ପାଠଶାଳା ଆୟୋଜନ ସହ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ କରାଯାଇଛି। ଏଥିରେ ଭାଗ ନେଇଥିଲେ ଅନେକ ଛାତ୍ରଛାତ୍ରୀ। ଦୀର୍ଘ ୨୦ ବର୍ଷ ହେବ ଅନେକ ଅନାଥ ଏବଂ ଅସହାୟ ଶିଶୁଙ୍କୁ ଶିକ୍ଷା ଦେବା ସହ ଆତ୍ମନିର୍ଭରଶୀଳ କରାଇଥିବା ଯଶୋଦା ମାଆ ଭାବେ ପରିଚିତ ନିବେଦିତା ଲେଙ୍କା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।