Wed. Oct 14th, 2026

ଦୀପଟିଏ ଜାଳିଦିଅ

ରବି ଶତପଥୀ
ଆଧ୍ୟାପକ, ଓଡ଼ିଆ ବିଭାଗ
ନନ୍ଦପୁର କଲେଜ, କୋରାପୁଟ
ସମ୍ପର୍କ:୯୪୩୭୭୮୪୮୫୯

ଦୀପଟିଏ ଜାଳିଦିଅ
ଭରିଯାଉ ଆଲୋକରେ
କୋଟି ଭଗ୍ନ ହୃଦୟର
ଅସୀମ ଆକାଶ
ଯେତେ ଯେତେ
ଅଭିଶପ୍ତ ଅମାରାତି
ଗର୍ଭବତୀ ହେଉ ଆଲୋକରେ,
ଦୀପଟିଏ ଜାଳିଦିଅ
କେତେ କେତେ ସଞ୍ଚିତ
ପୁଣ୍ୟର ସଞ୍ଜବତୀ ସବୁ
ପ୍ରତି ସଂଜେ ଜଳିଯାଉ
ଅସରନ୍ତି ଭଲ ପାଇବାର
ଓଦା ଓଦା ଚଉରା ମୂଳରେ

ଯେତେ ସବୁ ଅବିଶ୍ୱାସ
ପାଚେରୀ ଉପରେ
ଧାଡି ଧାଡି ଜାଳିଦିଅ
ଲୁହ ଭାରତି ବିଶ୍ୱାସର ଦୀପ
ଈଶ୍ୱରଙ୍କ ମୁହଁ ପରି
ସବୁ ମଣିଷଙ୍କ ମୁହଁ
ହେଉ ଆଲୋକିତ
ମନ୍ଦିରର ସଞ୍ଜ ଆଳତୀରେ
ଶେଷ ହୋଇଯାଉ ଥରେ
ଯୁଗ ଯୁଗ ଧରିଥିବା
ଏ ବିଚିତ୍ର ବିଷାଦ ଅନ୍ଧାର
ବଳକା ଆୟୁଷ ନେଇ
ସବୁ ପଥ ହେଉ କୁସୁମିତ

Leave a Reply

Your email address will not be published. Required fields are marked *