ଶିଳ୍ପ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର ଦିଗରେ ଗୁରୁତ୍ଵ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ କାରଖାନାରୁ ୨୯ ମିଲିୟନ ଟନ ଫ୍ଲାଏ ଆସ୍ ବାହାରୁ ଥିବା ବେଳେ ପ୍ରାୟ ୧୪ ଟି ସିମେଣ୍ଟ କାରଖାନାରେ କାର୍ଯ୍ୟକ୍ଷମ ହେବା ଫଳରେ ୨୪ ମିଲିୟନ ଟନ ଫ୍ଲାଏ ଆସ୍ ବ୍ୟବହାର କରାଯାଇ ପାରୁଛି l ବଳକା ୫ ମିଲିୟନ ଟନ ଫ୍ଲାଏ ଆସ୍ ବ୍ୟବହାର ଦିଗରେ ରାଷ୍ଟ୍ରୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦର ମହାନିର୍ଦ୍ଦେଶକ ଡ.ବିବେକାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି l ଏନ୍ ସି ସି ବି ଏମ୍ ର ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ସିମେଣ୍ଟ କାରଖାନାର ଉଚ୍ଚ ସ୍ତରୀୟ ଅଧିକାରୀ ଓ ଏନସିସିବିଏମ୍ ମଧ୍ୟରେ ଆୟୋଜିତ କାର୍ମଶାଳା ରେ ଯୋଗ ଦେଇ ଏନସିସିବମ ର ମହାନିର୍ଦ୍ଦେଶକ ଡ ମହାପାତ୍ର ଆସନ୍ତା ୨୦ ବର୍ଷ ମଧ୍ୟରେ ଚୂନ ପଥର ଓ କୋଇଲା ଶେଷ ହେବା ପୂର୍ବରୁ ବିକଳ୍ପ କଞ୍ଚାମାଲ୍ ବ୍ୟବହାର ଦିଗରେ ସିମେଣ୍ଟ କାରଖାନାକୁ ଆବଶ୍ୟକ ଜ୍ଞାନ କୌଶଳ ଯୋଗାଇ ଦେବାକୁ ଏନସିସିବି ଏମ୍ କାର୍ଯ୍ଯ କରୁଛି l ଏହା ଦ୍ଵାରା ପରିବେଶ ସୁରକ୍ଷା ହୋଇପାରିବ ବୋଲି ଡ ମହାପାତ୍ର ପ୍ରକାଶ କରିଛନ୍ତି l
ଓଡ଼ିଶାରେ ୧୪ ଟି ସିମେଣ୍ଟ ଶିଳ୍ପ କାର୍ଯ୍ୟ କରୁଥିବା ବେଳେ ଆଲୁମିନା ପ୍ରକଳ୍ପ ରୁ ବାହାରୁ ଥିବା ଲୋହିତ ମୃତ୍ତିକା ( ରେଡ୍ ମୋଡ଼) ର ବ୍ୟବହାର କରିବାକୁ ସିମେଣ୍ଟ ଶିଳ୍ପ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l
ଶିକ୍ଷଣ ସଂସ୍ଥାନ , ଶିଳ୍ପ ଓ ଗବେଷଣା ସଂସ୍ଥାନ ମିଳିତ ଭାବେ ଉଦ୍ୟମ କରିବା ଦ୍ୱାରା ଅନେକ ଜନ ସାଧରଣ ଉପକୃତ୍ ହୋଇ ପାରିବେ ବୋଲି ଡ ମହାପାତ୍ର କହିଥିଲେl
ଏହି କାର୍ଯ୍ଯ କ୍ରମରେ ଭୁବନେଶ୍ଵର ର ଶାଖା ଅଧିକାରୀ ଡ ପାଣ୍ଡୁ ରଙ୍ଗା ରାଓ ସମତେ ଓଡିଶାର ବିଭନ୍ନ ଜିଲ୍ଲାରେ ଥିବା ସିମେଣ୍ଟ ଶିଳ୍ପର ଅଧିକାରୀ ଯୋଗ ଦେଇ ଥିଲେ l

You May Also Like

More From Author

+ There are no comments

Add yours