Thu. Oct 15th, 2026

ବ୍ରହ୍ମପୁର (ଶବ୍ଦ ଓଡ଼ିଶା ବ୍ୟୁରୋ) ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ର ବିକାଶ ପାଇଁ ବ୍ରହ୍ମପୁର ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ଓ ପୁରୀ – ଗୋପାଳପୁର ବେଳାଭୂମି ସଡ଼କ ଶୀଘ୍ର ନିର୍ମାଣ ହେଉ।ସେଥିପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମର ଗୋପାଳପୁର ସି ବିଚ ରେ ଜନସଚେନତା କାର୍ଯ୍ୟକ୍ରମ ଓ ସଭା ଅନୁଷ୍ଠିତ ହୋଇଯାଇଛି।। ଗଞ୍ଜାମ ଜିଲ୍ଲା ବିରୁଦ୍ଧରେ ଷଡଯନ୍ତ୍ର ଓ ସାବତ ମା ର ବ୍ୟବହାର ବନ୍ଦ କରି ବିକାଶ କାମ ଆରମ୍ଭ କରିବା ଓ ବ୍ରହ୍ମପୁର ରେ ଗ୍ରୀନଫିଲଡ଼ ସିଭିଲିଆନ ଆଣ୍ଡ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଏହି ଜନ ସଚେନତା କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି।

ଗତ କିଛି ଦିନ ତଳେ ବ୍ରହ୍ମପୁର ସାଂସଦ ଓ ବିଧାୟକ ଖୁବ୍ ଶୀଘ୍ର ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ହେବ ବୋଲି କହିଥିଲେ। ରାଜ୍ୟ ପରିବହନ ମନ୍ତ୍ରୀ “ରଙ୍ଗେଇଲୁଣ୍ଡା ବିମାନ ବନ୍ଦର କାମ ସରିଯାଇଥିବା ଓ ୧୦ ସିଟ୍ ର ବିମାନ #ବିଶାଖାପାଟଣା ଓ #ଭୁବନେଶ୍ୱର କୁ ଉଡ଼ିବା” ମନ୍ତବ୍ଯ ଦେଇଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ସଚିବ କାର୍ତ୍ତିକେୟ ପାଣ୍ଡ୍ୟାନ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କିଛି ନ କହିବା ଯୋଗୁଁ ସରକାର ଓ ଜନ ପ୍ରତିନିଧି କେମିତି ମିଛ କହୁଛନ୍ତି ତାହା ଲୋକ ଲୋଚନକୁ ଆସିଥିଲା। ଗତ ୨୫ ବର୍ଷ ହେଲା ଗଞ୍ଜାମ ଜିଲ୍ଲା ବାସୀ ବିଜେଡ଼ି କୁ ଆଶୀର୍ବାଦ ଦେଇ ବାରମ୍ବାର ନିର୍ବାଚିତ କରିଥିବା ବେଳେ ଜିଲ୍ଲା ରେ ଗୋଟେ ମଧ୍ୟ ବଡ଼ ପ୍ରୋଜେକ୍ଟ ନ କରି ଗଞ୍ଜାମ ବାସୀଙ୍କୁ ରାଜ୍ୟ ସରକାର କାହିଁକି ବାରମ୍ବାର ଧୋକା ଦେଉଛନ୍ତି ତାହା ଜିଲ୍ଲା ବାସୀଙ୍କୁ ଆଚମ୍ବିତ କରିଛି। ଅତିଶୀଘ୍ର ବ୍ରହ୍ମପୁର ପାଖରେ ୧୫୦୦ ଏକର ଜମି ନେଇ ଗ୍ରୀନଫିଲଡ଼ ସିଭିଲିଆନ ଆଣ୍ଡ କାର୍ଗୋ ଫର ବ୍ରହ୍ମପୁର ପ୍ରତିଷ୍ଠା କରିବା ଓ ପୁରୀ – ଗୋପାଳପୁର ଭାରତ ମାଳା ସଡ଼କ ର ନିର୍ମାଣ ତୁରନ୍ତ ଆରମ୍ଭ କରିବାକୁ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ବକ୍ତା ମାନେ ମତବ୍ୟକ୍ତ କହିଥିଲେ।ସୂଚନଯୋଗ୍ୟ, କେନ୍ଦ୍ର ସରକାରଙ୍କ ଗୋପାଳପୁର – ଦୀଘା ଭାରତମାଳା ସଡ଼କ ଯୋଜନାର ପୁରୀ – ଗୋପାଳପୁର ଭାଗ ସଡ଼କ ନିର୍ମାଣ କୁ ଗତ ୫ ବର୍ଷ ହେଲା ସରକାର ବନ୍ଦ କରି ରଖିଛି।

ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ହୋଇପାରୁ ନାହିଁ କାହିଁକି?
ଗତ ୨୨ ବର୍ଷ ରେ ରାଜ୍ୟ ର ବିଜେଡି ସରକାର #ଭୁବନଶ୍ବର-କଟକ-ପୁରୀ ଓ #ପଶ୍ଚିମଓଡ଼ିଶା ର ବିକାଶ କରୁଛନ୍ତି କିନ୍ତୁ ଦକ୍ଷିଣ ଓଡ଼ିଶା ପାଇଁ ମୁହଁ ମୋଡୁଛନ୍ତି।
ଉତ୍କେଳା, ଜୟପୁର, ବାରିପଦା, ଧାମରା ପ୍ରଭୃତି ଅନେକ ଛୋଟ ସହର ରେ ନୂଆଁ ବିମାନ ବନ୍ଦର ର ପ୍ରସ୍ତାବ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି। ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଥର ବି ଓଡ଼ିଶା ସରକାର ପ୍ରସ୍ତାବ ପଠାଇ ନାହାଁନ୍ତି ଓ ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି ।
ଯେଉଁ ଜାଗା Berhampur Master plan ରେ ଚିହ୍ନଟ ହୋଇଛି ତାହା ଗଞ୍ଜାମ ଜିଲ୍ଲା ନେତାଙ୍କ ହିନ ରାଜନୈତିକ ଚକ୍ରାନ୍ତ ଯୋଗୁଁ ସରକାରୀ ମାନ୍ୟତା ପାଇ ପାରୁନାହିଁ।ତେଣୁ ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ହୋଇପାରୁ ନାହିଁ।
୨୦ ବର୍ଷର ଗଞ୍ଜାମ ବାସୀଙ୍କ ଆନ୍ଦୋଳନ କୁ ଧ୍ୟାନ ନଦେଇ ହଠାତ୍ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ଗତ କିଛି ଦିନ ତଳେ ଘୋଷଣା କରିଛନ୍ତି ଯେ ରଙ୍ଗେଇଲୁଣ୍ଡା ରୁ ଶୀଘ୍ର ଭୁବନେଶ୍ୱର ଓ ବିଶାଖାପାଟଣା କୁ ୧୦ ସିଟ୍ ର ଏକ ବିମାନ ଉଡ଼ିବ।
୨୦୦୮ ରେ ବ୍ରହ୍ମପୁର ରୁ ଭୁବନେଶ୍ୱର ୧୦ ସିଟ ର ଏକ ଖେଳନା ବିମାନ ଉଡ଼ାଇ ଟିକଟ ମୂଲ୍ୟ ୪୦୦୦/- ଟଙ୍କା ରହିବା ରୁ ଏହି ଯୋଜନା ଅସଫଳ ହେବା ପରେ ପୁଣି ଗଞ୍ଜାମ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ସରକାର ଚେଷ୍ଟା କରୁଛି।ଏହା କରି କେବଳ ପୌର ଓ ପଞ୍ଚାୟତ ନିର୍ବାଚନ ବୈତରଣୀ ପାରହେବା ଓଡ଼ିଶା ସରକାରଙ୍କ ଲକ୍ଷ ଥିବା ପରି ମନେ ହେଉଛି।

ଗଞ୍ଜାମ ଜିଲ୍ଲା ପ୍ରତି ପାତର ଅନ୍ତର ବ୍ୟବହାର ଛାଡ଼ି ବ୍ରହ୍ମପୁରରେ ବିମାନ ବନ୍ଦର, ପୁରୀ – ଗୋପାଳପୁର ଭାରତ ମାଳା ସଡ଼କ ନିର୍ମାଣ, ବ୍ରହ୍ମପୁର ସହର ତଳି ଅଞ୍ଚଳ କୁ BMC ରେ ସାମିଲ୍ କରିବା, ରିଙ୍ଗ ରୋଡ ଓ ଗଞ୍ଜାମ ଜିଲ୍ଲାରେ ବର୍ଷ ବର୍ଷ ଧରି ଅଟକି ଥିବା ରେଳପଥ ର କାର୍ଯ୍ୟ କୁ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ କୁ Odisha Development Forum କାର୍ଯ୍ୟକର୍ତ୍ତା ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଫୋରମ ର ଉପ ସଭାପତି ବବିତା ପାତ୍ର, ବରିଷ୍ଟ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, V.ସୋମେଶ୍ବର ରାଓ, ପ୍ରିତିଶ ପାଣିଗ୍ରାହୀ, ସନ୍ତୋଷ ସାହୁ, ସ୍ବପ୍ନିଳ ଦାସ, କିରନ୍ କୁମାର ପଣ୍ଡା, ଦିଲିପ୍ ମହାରଣା, ମାନସ ପାତ୍ର, ଶ୍ରୀନିବାସ ରାଓ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ବାଳକୃଷ୍ଣ ସାମନ୍ତରାୟ, ମଧୁସୂଦନ ସାହୁ, ବନମାଳୀ ଅଜୟ, ଵିନୋଦ ଚନ୍ଦ୍ର ଦାସ, ପ୍ରମୋଦ ପଣ୍ଡା, ସୁନିଲ ବେହେରା ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *