Thu. Oct 15th, 2026

 ବାଣପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୃତିବାସ ଭବନ ଟିକାକରଣ କେନ୍ଦ୍ରରେ ଟିକାଦାନ ଆବଶ୍ୟକ ମୁତାବକ ଟୀକାର ଘୋର ଅଭାବ, ଏଠାରେ କୌଣସି ଦୃଢ ପ୍ରଶାସନିକ ବନ୍ଦୋବସ୍ତ କରାଯାଇପାରୁ ନାହିଁ। ଏ ସମ୍ବନ୍ଧରେ ସ୍ଥାନୀୟ କୋଭିଡ -19, କମିଟିର ସଭାପତି, ବି.ଡି.ଓ.,ତହସିଲଦାର ଓ ବିଣପୁର ସି.ଏଚ୍.ସି. ଅଧିକାରୀଙ୍କୁ ପଚାରିବା ସହ କିଭଳି ଶୃଙ୍ଖଳତାର ସହ ସାଧାରଣ ଜନତା ଟୀକାକରଣ କରିପାରିବେ ବାରମ୍ବାର ଜଣାଇଛୁ। ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଜଣାଇଥିଲେ ଏଠାକୁ  ପଠାଯାଉଥିବା ଟୀକାର ସଂଖ୍ୟା ଅନୁସାରେ ସରକାରଙ୍କ ନିତୀ ଓ ନିୟମକୁ ଅନୁସରଣ କରୀ ପ୍ରଥମେ କିଛି ଟୀକା ସଂରକ୍ଷିତ ରଖାଯାଉଛି  ଗର୍ଭବତୀ ମହିଳା ଓ ଦ୍ବିତୀୟ ଡୋଜ ଓ ବହୁମରିମାଣର ଟୀକା ପ୍ରଥମ ଡୋଜ ଦିଆଯାଉଛି। ଆଜି ପ୍ରଥମ ଡୋଜ ୩୫୦ ଦେବାର ବନ୍ଦୋବସ୍ତ କରାଯାଇଥିବା ସ୍ଥଳେ ଗର୍ଭବତୀ ମହିଳାଙ୍କ ପାଇଁ ୩୦ଡୋଜ ଓ ଦ୍ବିତୀୟ ଡୋଜ ପାଇଁ ସଂରକ୍ଷିତ ରଖାଯାଇଥିଲା।
     ଏଠାରେ ଟୀକାସଂଖ୍ୟାଠାରୁ ତିନିଗୁଣଠାରୁ ଅଧିକ ମହିଳା ପୁରୁଷ ଆସି ପହଞ୍ଚି ଥିଲେ ଓ ଧାଡିରେ ଛିଡା ହୋଇଥିଲେ। ଟୀକାର ଟୁକନ ଦେଇ ଗେଟ ଭିତରକୁ ଛାଡିବା ସମୟରେ ଏକ କାଳିନ ଭାବେ ବହୁସଂଖ୍ୟକ ଲୋକ ଭିତରକୁ ଜୋରଜବରଦସ୍ତ ପ୍ରବେଶ କରିଥିଲେ। କମ ସଂଖ୍ୟକ ପୋଲିସ ଥିବାସ୍ଥଳେ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ କିନ୍ତୁ ଗହଳି ଓ ପେଲାଠେଲା ସମୟରେ ଦୁଇ ତିନିଜଣ ମହିଳା ତଳେ ପଡିଯାଇଥିଲେ ତେଣୁ ପୋଲିସ ମହିଳାଙ୍କୁ ସେଠାରୁ ଉଠାଇବାକୁ ଚେଷ୍ଟା କରିବାସହ ଗେଟ ଟିକୁ ବନ୍ଦ କରିବାର ଚେଷ୍ଟା କରିବା ସହ ନିଜ ଲାଠିଚାଲଣା କରି ଜୋରସୋରରେ ଗ୍ରୀଲକୁ ବାଡାଇ ଗେଟ ପକାଇବାକୁ ଚେଷ୍ଟା କରିଥିଲେ। ଅନ୍ୟ ପକ୍ଷରେ ଧାଡିରେ ଛିଡା ହୋଇଥିବା ମହିଳା ପୁରୁଷ ସେହିଭଳି ଭାବେ ଛିଡାହୋଇ ରହିଥିଲେ। ମୂଳ ବିଷୟବସ୍ତୁ ଏଠାରୁ ବିଦେଶ ଯାଉଥିବା ବହୁସଂଖ୍ୟକ ଲୋକେ ରାଉଛନ୍ତି କିନ୍ତୁ ଆବଶ୍ୟକୀୟ ପରିମାଣରେ ଏଠାରେ ଟୀକାର ଅଭାବ ଓ ସ୍ଲଟ ବୁକିଙ୍ଗ ବନ୍ଦୋବସ୍ତ ନଥିବାରୁ ଏଭଳି ପରିସ୍ଥିତି ବାରମ୍ବାର ଉପୁଜୁଛି।ଏହାର ସୁବନ୍ଦୋବସ୍ତ ପ୍ରଶାସନ ନକଲେ ପରିସ୍ଥିତି ଅଣାୟତ ହେବା ନିଶ୍ଚିତ।

Leave a Reply

Your email address will not be published. Required fields are marked *