ମଣିଷ ଖାଉଛି କୁକୁର ଖାଦ୍ୟ

ବୁଗୁଡା : କରୋନାର ବିକଳ ଚିତ୍ର । ଦେଖନ୍ତୁ ଏହି ଦୃଶ୍ୟକୁ । ବୁଲା କୁକୁରଙ୍କୁ ଦିଆଯାଇଥିବା ଖାଦ୍ୟ ମଣିଷ ଖାଉଛି । ଭୋକିଲା ମଣିଷ ଖାଉଛି । ଆଉ ଥରେ ଦେଖନ୍ତୁ ଏହି ହୃଦୟଥରା ଦୃଶ୍ୟକୁ । ଏ କୌଣସି ବାହାର ରାଜ୍ୟର ଦୃଶ୍ୟ ନୁହେଁ । ଆମ ରାଜ୍ୟର । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନଏସି ଅଞ୍ଚଳର ଦୃଶ୍ୟ । କରୋନା କାଳରେ ଲକଡାଉନ୍ ଓ ସଟ୍ ଡାଉନ୍ ଚାଲିଥିବାରୁ ବୁଲା କୁକୁରଙ୍କୁ ଖାଦ୍ୟ ମିଳୁନି । ଭୋକିଲା ରହୁଛନ୍ତି । ବୁଗୁଡ଼ା ଏନ୍ଏସି କର୍ତ୍ତୃପକ୍ଷ ସେହି ବୁଲା କୁକୁରଙ୍କୁ ରନ୍ଧାଖାଦ୍ୟ ଦେଉଛନ୍ତି । କିନ୍ତୁ ଏନ୍ଏସି ଅଞ୍ଚଳରେ ଭୋକ ଉପବାସରେ ରହୁଥିବା ଲୋକଙ୍କୁ ଭୁଲି ଏନ୍ଏସି କର୍ତ୍ତୃପକ୍ଷ ବୁଲା କୁକୁରଙ୍କୁ ଦେଉଛନ୍ତି ଗରମ ଗରମ ଖାଦ୍ୟ । ବିଚରା ଭୋକିଲା ଲୋକ ଜଣକ ଖାଦ୍ୟ ଦେଖି ଥୟ ହୋଇ ରହିପାରିଲେ ନାହିଁ । କୁକୁର ପାଇଁ ପରାସା ଯାଇଥିବା ଖାଦ୍ୟକୁ ଖାଇଲେ । ଅନ୍ୟ ଏକ ଖଲିରେ ଆଣି ଖାଇଥିଲେ । ପେଟପୂରାଇ ଖାଇବାକୁ ଇଚ୍ଛା ଥିଲେ ମଧ୍ୟ ଜଣେ ସାମ୍ବାଦିକ ବନ୍ଧୁ ବାରଣ କରିବାରୁ ବିଚରା ଲୋକଟି ଖାଦ୍ୟ ଥୋଇ ଦୁଃଖରେ ଫେରିଗଲେ । ବୁଗୁଡା ଏନ୍ଏନସି କର୍ତ୍ତୃପକ୍ଷଙ୍କ ପଶୁପ୍ରେମକୁ ଆମେ ସ୍ୱାଗତ କରୁଛୁ, କିନ୍ତୁ ମଣିଷକୁ ଭୋକିଲା ରଖିବା କ’ଣ ଠିକ୍?

You May Also Like

More From Author

+ There are no comments

Add yours