କୁମ୍ଭୀର ପ୍ରଜନନ ହ୍ରାସ ଆଶଙ୍କା

କୁମ୍ଭୀର ପ୍ରଜନନ ହ୍ରାସ ଆଶଙ୍କା । ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନ ବଉଳା କୁମ୍ଭୀରର ଅନ୍ତୁଡିଶାଳ । ଏବେ ଚାଲିଛି କୁମ୍ଭୀର ପ୍ରଜନନ ଋତୁ । ସାଧାରଣତ ମିଳନ ପରେ ମା କୁମ୍ଭୀର ମେ ମାସ ପରେ ବସା ତିଆରିକରି ଅଣ୍ଡାଦାନ କରିଥାଏ । ଚଳିତବର୍ଷ ମେ ମାସର ଶେଷ ସପ୍ତାହରେ ବାତ୍ୟା ୟସ ଉପକୂଳ ଓଡିଶାରେ ତାଣ୍ଡବ ରଚିଛି । ପ୍ରତିକୂଳ ପ୍ରଭାବ ଯୋଗୁଁ କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ବାତ୍ୟା ୟାଶ ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସିବାରୁ ନଦୀପଠା ଗୁଡିକ ବୁଡି ରହିଥିଲା । ଉଚ୍ଚ ଜୁଆର ଯୋଗୁ କୁମ୍ଭୀର ବସା ଗୁଡିକ ନଷ୍ଟ ହୋଇଯାଇଥିବା ଆକଳନ କରାଯାଉଛି । ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ନଦୀଗୁଡିକର ମିଠାପାଣି ସହିତ ସମୁଦ୍ର ଜଆରର ଲୁଣା ପାଣିର ମିଶ୍ରିତ ଖାରିଆ ପାଣିରେ ଏମାନେ ରହିବାକୁ ପସନ୍ଦ କରିଥାନ୍ତି । ଏହାଛଡା ଭିତରକନିକା ନିଷିଦ୍ଧାଞ୍ଚଳ ହୋଇଥିବାରୁ ଏମାନଙ୍କ ପାଇଁ ଖାଦ୍ୟ ଭାବରେ ମାଛ, କଙ୍କଡା, ଅନ୍ୟାନ୍ୟ ଜଳଚର ଜୀବଜନ୍ତୁ ପର୍ୟ୍ୟପ୍ତ ମିଳିଥାନ୍ତି । ତେବେ ଚଳିତ ବର୍ଷ ୟାଶ ପ୍ରଭାବ ଯୋଗୁ କୁମ୍ଭୀର ମାନଙ୍କ ପ୍ରଜନନ ପ୍ରକ୍ରିୟା କ୍ଷତିଗ୍ରସ୍ତ ହୋଇଛି । ଜୁଆର ଓ ପାଣି ରହିବା ଯୋଗୁ କୁମ୍ଭୀର ବସା ଓ ଅଣ୍ଡା ନଷ୍ଟ ହୋଇଛି । ତେବେ ଯେଉଁଠି କୁମ୍ଭୀରମାନେ ଅଣ୍ଡାଦାନ କରିନାହାନ୍ତି ସେଠାରେ ପୁଣିଥରେ ବସା ବନ୍ଧୁଥିବା କହିଛନ୍ତି ବନଖଣ୍ଡ ଅଧିକାରୀ । ତେବେ ବାତ୍ୟା ୟାଶ ଯୋଗୁ କୁମ୍ଭୀର ପ୍ରଜନନ ନଷ୍ଟ ହେବା ପରିବେଶବିତଙ୍କୁ ବ୍ୟଥିତ କରିଛି ।

You May Also Like

More From Author

+ There are no comments

Add yours